STORYMIRROR

Purnimarani Sahoo

Romance

3  

Purnimarani Sahoo

Romance

ଶୂନ୍ୟତାର ସାନ୍ଧ୍ରତା

ଶୂନ୍ୟତାର ସାନ୍ଧ୍ରତା

1 min
232

କଳଙ୍କିତ ମୁଁ ଯେ ସମାଜ ଆଖିରେ ତୁମ ପ୍ରମରେ ହୋଇ ବନ୍ଧା।

ଜାଣିବ କେମିତି ତୁମେ ଗଲାପରେ କୋହର ଢେଉରେ

 ଭାଙ୍ଗିପଡି ପାଉଛି ମୁଁ କେତେ ଯେ ନିନ୍ଦା ।।

ଶୂନ୍ୟତାର ସାନ୍ଦ୍ରତାରେ ଭିଜି ଭିଜି ଆଜି 

ଗୋଟିପଣ ହୋଇଛି ଓଦା ।

କୋଳାହଳ ମୟ ମାୟା ନଗରୀରେ ବି 

ମାରି ଦେଉଛି ମତେ ସେ କରାଳ ନିର୍ଜନତା ।।

ଗଣିତଜ୍ଞ ନୁହେଁ, ନୁହେଁ ବୈଜ୍ଞାନିକ 

କି ନାହିଁ ମୋ ପାଖେ ଆର୍କମିଡିସଙ୍କ ପରି ଜ୍ଞାନ।

ତୁମ ପ୍ରେମର ଅଗାଧ ସାଗରେ ବୁଡି ରହିଥିବା 

ମୁଁ ପରା ଏକ କ୍ଲାନ୍ତ ପଥିକ ଅଜ୍ଞାନ ।।

ନାହିଁ ମୋ ପାଖେ ସ୍ମୃତିର ପାରଦ ଅବା 

ସ୍ୱପ୍ନରେ ସଜ୍ଜା ହାଇଡ୍ରୋମିଟର ।

କେତେ ମୂଲ୍ୟ ଦେବି, କେମିତି ମାପିବି କୁହ,

ହୃଦୟରେ ପ୍ରେମର ଗଭୀରତା କେତେ ?

ପ୍ରେମର ପାରିଜାତରେ ପ୍ରତାରଣାର ଭୟ କେତେ ?

ଭାବନାରେ ଅଶ୍ରୁ ର ସାନ୍ଦ୍ରତା କେତେ ? 

କୁହ ! ଦେଇପାରିବ କି ମତେ ମାପନୀର ସୁତ୍ର ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance