ତୋ ପ୍ରୀତିର ନିଶା
ତୋ ପ୍ରୀତିର ନିଶା


ନିଶାର ନିଶବ୍ଦ ପାଚେରୀକୁ ଲଙ୍ଘି
ଛୁଏଁ ତୋ ସ୍ମୁତି ତରଙ୍ଗ,
ମନେ ଭାସେ ତୋର ବଦ୍ମାସ୍ କାମ
ରଚି ଥିଲୁ ମୋର ସଙ୍ଗ ।
ବାହୁ ବନ୍ଧନରେ ବାନ୍ଧି ରଖି ମୋତେ
ପିଇଗଲୁ ପ୍ରୀତି ମଧୁ,
ସାରା ଦେହ ଛୁଇଁ ତୋ ନାଁ ଲେଖିଲୁ
ସତେ କି ମୁଁ ତୋର ବଧୂ ।
ତୋ ସ୍ମୁତିରେ ରାତି ଶେଜ ସଜାଉଛି
ଓଢଣୀ ଦେଉଛି ଖୋଲି,
ପାଉଁଜି ଖୋଲୁଛି ଝୁମୁକା ଖୋଲୁଛି
ପୀରତି ରଚିବୁ ବୋଲି ।
ତୋ ପ୍ରୀତି ବର୍ଷାରେ ପ୍ରୀତି ଉଛୁଳୁଛି
ଦେହରେ ଖେଳୁଛି ତାତି,
ଶୋଷ ବଢୁଅଛି ଓଠ ବି ଶୁଖୁଛି
ମଜା ଲାଗୁଛି ଏ ରାତି ।