STORYMIRROR

Chandra Vanu Malik

Tragedy

3  

Chandra Vanu Malik

Tragedy

ପ୍ରୀତିର ଶାସ୍ତି

ପ୍ରୀତିର ଶାସ୍ତି

1 min
200

ପ୍ରୀତିର ସୂରୁଜ ନଇଁ ଗଲା ପରେ

ଅନ୍ଧାର ଶାଳେ ମୁଁ ବନ୍ଦୀ,

ପାଷାଣ ପରି ଯେ ପଡି ରହିଅଛି

ପାରୁନି କାଳିମା ଲଙ୍ଘି..।


ସରଗ ଛାତିରେ ତାରା ଖେଳୁଛନ୍ତି

ହସୁଛି ସେ ରୂପା ଜହ୍ନ,

ମୋ ଜୀବନ ଜ୍ୟୋତି ତଥାପି ଫେରୁନି

କିଏ ବା ବୁଝୁଛି ମନ.. ।


ଦରିଆ କୂଳରେ ଦରଦ ଢାଳୁଛି

ନୟନର ପଥ ଦେଇ,

ଆକାଶ ଛୁଆଁ ସେ ସପନ ମିନାର

ନିମିଷକେ ଯାଏ ଧୋଇ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy