ପ୍ରୀତିର ଶାସ୍ତି
ପ୍ରୀତିର ଶାସ୍ତି
1 min
197
ପ୍ରୀତିର ସୂରୁଜ ନଇଁ ଗଲା ପରେ
ଅନ୍ଧାର ଶାଳେ ମୁଁ ବନ୍ଦୀ,
ପାଷାଣ ପରି ଯେ ପଡି ରହିଅଛି
ପାରୁନି କାଳିମା ଲଙ୍ଘି..।
ସରଗ ଛାତିରେ ତାରା ଖେଳୁଛନ୍ତି
ହସୁଛି ସେ ରୂପା ଜହ୍ନ,
ମୋ ଜୀବନ ଜ୍ୟୋତି ତଥାପି ଫେରୁନି
କିଏ ବା ବୁଝୁଛି ମନ.. ।
ଦରିଆ କୂଳରେ ଦରଦ ଢାଳୁଛି
ନୟନର ପଥ ଦେଇ,
ଆକାଶ ଛୁଆଁ ସେ ସପନ ମିନାର
ନିମିଷକେ ଯାଏ ଧୋଇ..।