ମୁ ଓଡ଼ିଆ ସନ୍ତାନ
ମୁ ଓଡ଼ିଆ ସନ୍ତାନ
1 min
478
ଏଇ ମୋ ଓଡିଶା ମିଠା ତାର ଭାଷା
ମିଠା ତା ସମ୍ପର୍କ ଡୋରୀ,
ତା ପାଣି ପବନେ ଗଢ଼ା ଏ ଶରୀର
ତା କୋଳରେ ଯିବି ମରି..
ତା ମାଟିର ବାସ ନିଆରା ପରଶ
ତହିଁ ଫଳେ ସୁନା ଫଳ,
ନୂଆ ଧାନେ ମାଣ ଗଉଣୀ ଉଛୁଳେ
ଖାଦ୍ୟ ଭରେ ହାଣ୍ଡିଶାଳ...
ମୋ ନବ ବଧୂର ଲାଜ ଅଳଙ୍କାର
ହାତେ ଓଢଣୀଟେ ଦେଇ,
ସଞ୍ଜ ନଇଁଗଲେ ସଞ୍ଜ ବତୀ ଜାଳେ
ଚଉରା ମୂଳରେ ଥାଇ....
ପହିଲି ରଜ ମୋ କୁଆଁରୀ ସଜକୁ
ସବୁବେଳେ ମନ ଝୁରେ,
ମୋ ବାରି ସଜନା ପଖାଳ କଂସାର
ମଜା ନାହିଁ କେଉଁଥିରେ....
ଓଡ଼ିଆ ସନ୍ତାନ ହୋଇଛି ବୋଲିରେ
ଭାଗ୍ୟବାନ ଟିଏ ମୁହିଁ,
ଏଇଠି ଜଳିଛି ମୋ ଏନ୍ତୁଡ଼ି ନିଆଁ
ଏଇଠି ଜଳୁ ମୋ ଯୁଇ....
ଶ୍ରୀ ଚନ୍ଦ୍ରଭାନୁ ମଲିକ
ମୋ-୭୩୨୫୮୫୬୫୭୩
