STORYMIRROR

Chandra Vanu Malik

2  

Chandra Vanu Malik

ମୁ ଓଡ଼ିଆ ସନ୍ତାନ

ମୁ ଓଡ଼ିଆ ସନ୍ତାନ

1 min
487


ଏଇ ମୋ ଓଡିଶା ମିଠା ତାର ଭାଷା

ମିଠା ତା ସମ୍ପର୍କ ଡୋରୀ,

ତା ପାଣି ପବନେ ଗଢ଼ା ଏ ଶରୀର

ତା କୋଳରେ ଯିବି ମରି..


ତା ମାଟିର ବାସ ନିଆରା ପରଶ

ତହିଁ ଫଳେ ସୁନା ଫଳ,

ନୂଆ ଧାନେ ମାଣ ଗଉଣୀ ଉଛୁଳେ

ଖାଦ୍ୟ ଭରେ ହାଣ୍ଡିଶାଳ...


ମୋ ନବ ବଧୂର ଲାଜ ଅଳଙ୍କାର

ହାତେ ଓଢଣୀଟେ ଦେଇ,

ସଞ୍ଜ ନଇଁଗଲେ ସଞ୍ଜ ବତୀ ଜାଳେ

ଚଉରା ମୂଳରେ ଥାଇ....


ପହିଲି ରଜ ମୋ କୁଆଁରୀ ସଜକୁ

ସବୁବେଳେ ମନ ଝୁରେ,

ମୋ ବାରି ସଜନା ପଖାଳ କଂସାର

ମଜା ନାହିଁ କେଉଁଥିରେ....


ଓଡ଼ିଆ ସନ୍ତାନ ହୋଇଛି ବୋଲିରେ

ଭାଗ୍ୟବାନ ଟିଏ ମୁହିଁ,

ଏଇଠି ଜଳିଛି ମୋ ଏନ୍ତୁଡ଼ି ନିଆଁ

ଏଇଠି ଜଳୁ ମୋ ଯୁଇ....


ଶ୍ରୀ ଚନ୍ଦ୍ରଭାନୁ ମଲିକ

ମୋ-୭୩୨୫୮୫୬୫୭୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍