STORYMIRROR

Chandra Vanu Malik

Others

3.0  

Chandra Vanu Malik

Others

ଅପେକ୍ଷାରେ ଏକା ଏକା

ଅପେକ୍ଷାରେ ଏକା ଏକା

1 min
405


ଆଜି ବି ସେମିତି ସାଇତି ରଖିଛି

କୁଆଁରୀର କଷି ଲାଜ,

ପ୍ରତି ମୁହୂର୍ତ୍ତରେ ତୁମକୁ ଝୁରୁଛି

ଅଳସି ଫୁଲର ସେଜ....


ସପନେ ପଲକ ଉଛୁଳି ଉଠୁଛି

ପାଗିଳି କରୁଛି ସ୍ମୃତି,

ରାତି ବଢୁଥିଲେ ତାତି ବଢୁଥାଏ

ପ୍ରୀତି ମାନୁ ନାହିଁ ରୀତି....


ଚାନ୍ଦିନୀ କୋଳରେ ଚନ୍ଦ୍ର ଆଡେ ଚାହିଁ

କେତେ କଥା ଯାଏ ଗପି,

ଶୁଣିଛି କାନନ ଜାଣିଛି ପବନ

ବ୍ୟାକୁଳ ମନର କୀର୍ତ୍ତି....


ସବୁକିଛି ଥାଇ ଖାଁ ଖାଁ ଲାଗୁଛି

ତୁମ ବିନା ଏକା ଏକା,

ଯୌବନ ଦୁଆରେ ତୁମାରି ବାଟକୁ

ଚାହିଁ ରହିଅଛି ସଖା...


ଚନ୍ଦ୍ରଭାନୁ ମଲିକ

ମୋ-୭୩୨୫୮୫୬୫୭୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍