STORYMIRROR

Chandra Vanu Malik

Others

3  

Chandra Vanu Malik

Others

ଶରତ ବନରେ ମା ଆସିଛି..

ଶରତ ବନରେ ମା ଆସିଛି..

1 min
325


ମନ ଉପବନ ଭକତି ଡାଳରେ

ଅସୁମାରି ଫୁଲ ଫୁଟି ଉଠିଛି,

ଚଉ ଦିଗେ ତାର ବାସ ଚ଼ହଟାଇ

ମା'ର ଆଶିଷ ଲୋଡି ବସିଛି..

ଶରତ ବନରେ ମା ଆସିଛି..

ଗାଁ ଗଡିଆରୁ କଇଁଫୁଲ ତୋଳି

ଅତି ଯତନରେ ମାଳ କରିଛି,

ଫୁଲ ଚ଼ନ୍ଦନରେ ପୂଜା ଥାଳି ଭରି

ମା ଚ଼ରଣକୁ ଧାଇଁ ଯାଉଛି...

ଶରତ ବନରେ ମା ଆସିଛି..

ନଈ ପଠା କୋଳେ କାଶତଣ୍ଡି ମେଳେ

ମା ମହିମାର ହାଟ ବସିଛି,

ତା' ସ୍ନେହ ଶୀଶୀରେ ଧରା ପ୍ରୁଷ୍ଟ ପରା

ସକାଳୁ ସକାଳୁ ଭିଜି ଯାଇଛି..

ଶରତ ବନରେ ମା ଆସିଛି..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍