STORYMIRROR

Chandra Vanu Malik

Inspirational

3  

Chandra Vanu Malik

Inspirational

ବନ୍ଧୁ ମିଳନ

ବନ୍ଧୁ ମିଳନ

1 min
11.4K

ଲେଉଟି ଆସିଛି ଅତୀତ ହାଟକୁ

ସ୍ମୃତିର ସଉଦା କରି,

ସାଉଁଟୁଛି ଆଜି ପିଲାଦିନ ସ୍ମୂତି

ରାଗ ରୁଷା ପୁଣି ଅଳି...

ବିଦ୍ୟାଳୟ କୋଳେ ସାଙ୍ଗ ସାଥି ମେଳେ

ଖେଳିଛି ମୁଁ କେତେ ଖେଳ,

କଳ୍ପନା କାଗଜେ ଆଙ୍କି ହୋଇଯାଏ

ଅଭୁଲା ସେ ପିଲା ବେଳ..

ଏଇ ବିଦ୍ୟାଳୟ ପାଣି ପବନରେ

ବଢିଛି ମୁଁ ଦଶ ବର୍ଷ,

ପଚିଶି ବରଷ ବିତିଥିଲେ ମଧ୍ୟ

ତା' ପାଣି ମୋ ଦେହେ ରକ୍ତ...

ଗୁରୁଜୀ ଗୁରୁମା ସାକ୍ଷାତ ଇଶ୍ବର

ଜିଇଁବା ଶିଖାଇ ଦେଲେ,

ସେହି ଶିକ୍ଷା ଆଜି ଜୀବନ ପ୍ରଦୀପ

ଜୀବନୁ ସଂକଟ ଟାଳେ..

ବନ୍ଧୁମାନଙ୍କର ମହା ମିଳନ ଏ

ଶିକ୍ଷା ମନ୍ଦିରର କୋଳେ,

ଅତୀତକୁ ଆଣି ଅଜାଡି ଦେଉଛି

ଆମ ସଭିଙ୍କର ମେଳେ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational