STORYMIRROR

Chandra Vanu Malik

Romance

3  

Chandra Vanu Malik

Romance

ଇତି ମୁଁ ତୁମର ପ୍ରୀତି

ଇତି ମୁଁ ତୁମର ପ୍ରୀତି

1 min
142

ଆଖି ପଲକରେ ସପନ ଅଗଣା

ସପନେ ତୁ ପାଟ ରାଣୀ, 

ମୁହୂର୍ତ୍ତଟେ ତୋତେ ଦୂରେଇ ପାରେନା

ପ୍ରତି ସ୍ପନ୍ଦନେ ତୋ ବାଣୀ ।। 


ଯୌବନ ବନର କଅଁଳ ଫୁଲ ତୁ

ମୁଁ ପରା ତୋର ମାଳି, 

ତୋଳି ନେଲେ କାଳେ ଝାଉଁଳି ଯିବୁ ତୁ

ଜଗୁଥିବି ସାରା ଓଳି ।। 


ରାଜ ମହଲର ଅସରା ସମ୍ପଦ 

କହୁନି ଦେବି ମୁଁ ଆଣି, 

କହୁଛି ତୋ ପାଇଁ ହୃଦୟ ବେଳାରେ

ପ୍ରୀତି ଝର ଦେବି ଟାଣି ।। 


ଚନ୍ଦ୍ର ସାଜି ପ୍ରୀତି ଜୋସ୍ନା ଢାଳୁଥିବି

ତୋତେ ଚାହିଁ ସାରା ରାତି,

ତୋ ପ୍ରଶ୍ନମାଳାର ଉତ୍ତର ଟିଏ ମୁଁ

ଇତି, ମୁଁ ତୁମର ପ୍ରିତୀ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance