Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilakantha Nayak

Romance

3  

Nilakantha Nayak

Romance

ଅସମାପ୍ତ ଅବଶୋଷ

ଅସମାପ୍ତ ଅବଶୋଷ

1 min
125



ତୁ ଅଡ଼ୁଆ ସୁତାରେ ବନ୍ଧା ,

         ଥିଲୁ ମୋ ସ୍ଵପ୍ନ କଣ୍ଢେଇ ।

ପ୍ରୀତି ଡୋରରେ ବାନ୍ଧି ମୋତେ,

         କାହିଁ ଲୋ ଦେଲୁ ଭଣ୍ଡେଇ?

ପୌଷ ପବନେ ଉଡା,

           ତୁ ମୋ ରଙ୍ଗ ଚଢ଼େଇ ।

ପରଦେଶେ ଉଡିଗଲୁ,

           ତୁ ମୋତେ କାହିଁ କନ୍ଦେଇ ?

କି ଦୋଷ ଥିଲା ମୋର ,

        କହ  କାହିଁ  ଦେଲୁନି ଜଣାଇ ?

ପରକରି ଚାଲିଗଲୁ ମୋତେ

        ଏକ ବାଟହୁଡା ବାଟୋଇ ସଜେଇ ।

ତୋ ପାଇଁ ପ୍ରେମ ଥିଲା,

           ଚୋର ପୋଲିସ ର ଖେଳ ।

ମୋ ପାଇଁ ଆଜି ତାହା

             ସାଜିଗଲା ମରଣ ର ଜାଲ ।

ତୁ ଫେରିବୁନି ଆଉ 

          ପୁଣିଥରେ ଏ ଜୀବନକୁ ମୋର ,

ମୁଁ ଫେରିଆସିବି ଆଉଥରେ

           ଆର ଜନମକୁ ପାଖକୁ ତୋର।

          


Rate this content
Log in

Similar oriya poem from Romance