STORYMIRROR

Nilakantha Nayak

Romance

3  

Nilakantha Nayak

Romance

ଶବ୍ଦ ତୁମେ

ଶବ୍ଦ ତୁମେ

1 min
148

ଶବ୍ଦ ଥିଲା ମୋ ଭାଷାରେ

ଶବ୍ଦ ଥିଲା ଭାବନାରେ

ନିଜକୁ ଅନ୍ୟ ସହ ଯୋଡୁଥିଲା

ତାହା ମୋର ଶବ୍ଦ ଥିଲା ।


ଶବ୍ଦ ଆଶିର୍ବାଦ ଥିଲା ବାପାଙ୍କର

ଶବ୍ଦ ପ୍ରେମ ଥିଲା ମୋ ମାଆଙ୍କର ।

ଶବ୍ଦ ଭାଇ ଭଉଣୀର ବନ୍ଧନ

ଶବ୍ଦ ସାଙ୍ଗସାଥୀ ମାନଙ୍କ ପ୍ରେମ ।

ଶିକ୍ଷାର ଶୁଭାରମ୍ଭ ଶବ୍ଦରୁ

ଅନ୍ତ ହେବ ଜୀବନ ଶବ୍ଦରେ 

ଯାହା କିଛି ପାଇଛି ଜୀବନେ

ତାହା ପୁଣି ସେଇ ଶବ୍ଦରୁ ।

ଆକଟ ହେଉ ମୋ ମୁଖ

ଶବ୍ଦ ତୁମେ ଆସିବା ପୂର୍ବରୁ ।

ଶବ୍ଦ ସମ୍ଭାଳି ଯାଅ ତୁମେ

ମୋ ମନ ଭାବିବା ପୂର୍ବରୁ ।

ଭାଵନାର କିଛି କିଛି ଶବ୍ଦ

ହୋଇପାରେ କଷ୍ଟ ଦାୟ ।

ଶବ୍ଦ ତୁମେ ଅଟ ସବୁ ଭାଷା

ମନ ଓ ବିଚାର ପରିଭାଷା ।

ବୁଝି ବିଚାରି ପ୍ରୟୋଗ ଶବ୍ଦର

ମନ ତୋଷିବ ହୋଇ ପ୍ରିୟଜନ ।

ଶବ୍ଦ ଠାରୁ ଜଗତେ ନାହିଁ କେ ବଳଶାଳୀ

ଶବ୍ଦ ଅଟେ ସବୁଠାରୁ ଶକ୍ତିଶାଳୀ ।



Rate this content
Log in

Similar oriya poem from Romance