STORYMIRROR

Nilakantha Nayak

Tragedy

3  

Nilakantha Nayak

Tragedy

ଗଭୀର ଜଖମ

ଗଭୀର ଜଖମ

1 min
196


      

ଜଖମ ଗଭୀର ଥିଲା

ଅର୍ଥ ସବୁ ହଜିଥିଲା

ଶବ୍ଦ ସବୁ କାନ୍ଦୁଥିଲେ ।


ଆଖିରେ ଆଖିରେ

ମିଛିମିଛିକା ସପନ

ଢକ୍ ଢକ୍ କରି ଲୁହ ପିଉଥିଲେ।


କୁଢ କୁଢ ଆଶା 

ଅସୁସ୍ଥ ଅଶୁଂଘାତରେ

ଶ୍ୱାସରୁଦ୍ଧ ହୋଇ

ପାଣି ଟିକେ ମାଗୁଥିଲେ ।


ନିର୍ମମ କାଳବୈଶାଖୀରେ

ବିଶ୍ବାସ ଓ ଭରସାର 

ଉଠିଯାଇଥିଲା ଛପର ।


ତଥାପି,......... କିଛି


ଆତ୍ମ ବିଶ୍ଳେଷଣ ଭିତରେ,

ନଥିଲା କିଛି ଅଭିଯୋଗ

ନଥିଲା କିଛି ଅନୁଶୋଚନା ।


ସ୍ପଷ୍ଟ କାରଣ ସବୁ

କହି ପାରୁନଥିଲି,

.... କାହିଁକି ଜାଣିଛ.......???


କେବଳ ଟିକେ ଡରୁଥିଲି    

କିଏ କାଳେ ଭାବିବ,

ମୋ ଭଲ ପାଇବା କମ ଥିଲା ବୋଲି !!!


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy