Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilakantha Nayak

Romance

3  

Nilakantha Nayak

Romance

ପ୍ରୀତିର କେଇ ପଦ କଥା

ପ୍ରୀତିର କେଇ ପଦ କଥା

1 min
144



ଫାଲଗୁଣୀ ଋତୁ

ପିରତିର ସପ୍ନେ

ପୁଙ୍ଗବ ହୃଦୟ

ପ୍ରମୋଦିତ ହୁଏ ।


 ପ୍ରୀତିର ଲଗ୍ନ 

 ପରଶ ଚୁମ୍ଵନେ

 ପ୍ରତି ମୁହୂର୍ତ୍ତରେ

 ପୁଷ୍ପ ବରଷଇ ।


 ପ୍ରେମର ନୀଡେ

 ପୂର୍ଵେଇ ପବନ

 ପଣତ କାନିରେ

 ପୁଲକ ଖେଳାଏ ।

   

 ପ୍ରୀତି ଆଲିଙ୍ଗନେ

 ପ୍ରଫ୍ଫୁଳିତ ହୃଦ

 ପ୍ରସାରିତ ବକ୍ଷେ 

 ପ୍ରତିବିମ୍ବ ତୁମ

 ପୀୟୁଷ ଝରାଏ ।


 ପାନ କଲେ ଥରେ

 ପ୍ରେମର ପୀୟୁଷ

 ପ୍ରିୟା ଛବି ଆସେ

 ପ୍ରତିମା ସରୂପ

 ପୂର୍ଣ୍ଣଚନ୍ଦ୍ର ପରି ହସି।


  ପ୍ରଜାପତି ଡେଣା

  ପରୀ ସେ ଲଗାଇ

  ପ୍ରଣୟ ଗୀତି ରେ

  ଫଗୁଣ ସେ ଭରି  

  ପରମ ଦିଏ ସେ ତୃପ୍ତି ।

  


Rate this content
Log in

Similar oriya poem from Romance