ଅତୁଟ ବନ୍ଧନ
ଅତୁଟ ବନ୍ଧନ
ମୁଁ ରୁଷି ଥିଲି
ତମେ ବି ରୁଷିଗଲ
ଆମକୁ ବୁଝେଇବାକୁ ନଥିଲେ କେହି ।
ମୁଁ ତ ଚୁପ୍ ଥିଲି
ତୁମେ ଵି ଚୁପ୍ ହେଇଗଲ
ଏହି ଚୁପ୍ ଭାଙ୍ଗି ପାରିଲେନି ଦୁହେଁ କେହି ।
ଅହଂ କିଛି ଥିଲା ମୋର
ସେମିତି ଅହଂ କିଛି ଥିଲା ତୋର
ଏହି ଅହଂ କୁ ହରେଇବାକୁ ନଥିଲେ ଅନ୍ୟ କେହି ।
ଦୁଃଖି ମୁଁ ଥିଲି ତମଠୁଁ ଅଲଗା ହୋଇ
ଭାବିଥରେ ଦେଖ
ହାତ ପୁଣି ବଢାଇଥାନ୍ତା କି ଅନ୍ୟ କେହି ।
ନାଁ ମୁଁ ଥିଲି ରାଜି
ନାଁ ତୁମେ ଥିଲ ରାଜି
କ୍ଷମା ଦେବାକୁ ବଡପଣିଆ ଦେଖାଇଥାନ୍ତା କି
ଅନ୍ୟ କେହି ।
ଆମ ସମ୍ପର୍କ ଭିତରେ ଛୋଟ ଖାଲ ଅଛି
କାଲି ବଢ଼ି ବଢ଼ି ହୋଇଯିବ ବଡ଼ ଘାଇ
ଛୋଟ କଥାଟିକୁ ନେଲ ଗଂମ୍ଭୀରତା ସହିତ
ଅବୁଝା ,ଅଭିମାନ କଲ ଏତେ କାହିଁ ପାଇଁ ।
ଦୁହେଁ ଦୁହିଁଙ୍କୁ ହରାଇ
ପଶ୍ଚାତତାପ କରିବା ପୂର୍ବରୁ
ଆସ ପୁଣି ଥରେ
ଦୁଇଟି ଶରୀର ଏକ ମନ ହେବା
ସାରା ଜୀବନ ଟା ପାଇଁ ।
