ଲାବଣ୍ୟବତୀ
ଲାବଣ୍ୟବତୀ
ପୀତ କାଞ୍ଚନବର୍ଣ୍ଣା ଶୋଭନ ତନୁ ସୁକୋମଳ ,
ଆନନ ତୁମ ପୁଣ୍ୟ ପୂର୍ଣ୍ଣିମା ଚନ୍ଦ୍ରମା ପରି ମଞ୍ଜୁଳ,
ପୀତ ପାଟ ପିନ୍ଧି ଲାସ୍ୟମୟୀ ଲାବଣ୍ୟବତୀ ତୁମେ,
ଆହା !
ସତରେ ଲାଗଇ ମୋ ପ୍ରିୟା,
କାନ୍ତ ରାଇଜେ ରାଜନନ୍ଦିନୀ ରାଜଜେମା ।
ଭ୍ରମିତ କର ମନେ ତୁମେ ଯେ ହଳଦୀ ବସନ୍ତର,
ଚାଲିଲେ ସୁଧିରେ ଢଳି ଲାଗେ ଚାଲି ହଂସନୀର ।
ଚମ୍ପା ଫୁଲେ ଗୁନ୍ଥା ଗଜରାର ଝରେ ସୁଗନ୍ଧ ମହକ,
ଅଙ୍ଗେ ଅଙ୍ଗେ ଭରିଦିଏ ଅସରା ଅମୃତ ଉଲ୍ଲାସ ।
ଆସ ସପ୍ନଶ୍ଵରୀ ତୁମେ ସଜେଇ ନାନା ଆଭୂଷଣେ,
ଵିରାଜ କର ରାଣୀ ପରି ମୋ ହୃଦୟ ସିଂହାସନେ ।
ସମ୍ପର୍କ ଚାଙ୍ଗୁଡିରେ ରଖିଛି ନାନା ପ୍ରୀତିରଙ୍ଗ କୁକୁମ,
ସଜେଇ ଲଗେଇ ଦେବି ମୁଁ ଲଲାଟେ କରି ତ ଯତନ।
ସତରେ ଲାଗିବ ରୂପସୀ !
ତୁମେ ଅପରୂପା ଅନୁପମ ।
ଗୋଲାପି ପଦ୍ମଜ ପାଦେ ଵାନ୍ଧିବି ମୁଁ ରୂପାର ନୂପୁର,
ସୁବର୍ଣ୍ଣ କଙ୍କଣ ପିନ୍ଧାଇବି ହାତ ଯୁଗଳେ ତୁମର ।
ନାନା ରଙ୍ଗ ଫୁଲ ବିଛାଇଵି ତୁମ ଚାଳିବା ପଥରେ,
ଗୋଲାପ ଖୋସି ଦେଵି ତୁମ କେଶର ଖୋସାରେ ।
ଆହା !
ସତରେ
ଦେଖିଲେ ଲାଗିବ ତୁମେ
ଅପୂର୍ବ ସୈନ୍ଦର୍ଯ୍ଯର ସରଗର ଅପସରା।
ମନମୋହିନୀ ମୋନାଲିସା ତୁମେ ଅପୂର୍ବ ଅଶ୍ଵର୍ଯ୍ଯା,
ଆଖି ଲାଖିଯାଏ ଦେଖି ତୁମ ସୈନ୍ଦଯ୍ଯ ର ଶୋଭା ।
ଚକ୍ଷୁ ର ଲାଲିମା ତୁମ ଦିଏ କେତେ ଯେ ଇସାରା,
ରକ୍ତଜବା ପୂର୍ଣ୍ଣ ଓଷ୍ଠେ ଝରିପଡେ ମକରନ୍ଦର ଧାରା
ଆହା !
ସତରେ ତୁମେ ମାନଵୀ ନୁହଁ
ଅଟ ଦେଵକନ୍ଯା ।

