STORYMIRROR

Sibani Parida

Romance

4  

Sibani Parida

Romance

ସାଥୀ

ସାଥୀ

1 min
428


ମଥା ଛୁଇଁ ଦିନେ ଦେଇଥିଲ କଥା 

ହାଟ ସଉଦାରେ ହୋଇବ ସାଥୀ

ଚାଲିନେ ପାହୁଣ୍ଡେ ଜୀବନର ବାଟ

ଏତିକିରେ ତୁମେ ପଡ଼ିଲ ଥକି ?


କହିଥିଲ ସାଥୀ ଆନ ପରି ନୁହଁ 

ବଦଳି ଯିବିନି ସମୟ ସହ

ଆଜି ସ୍ମୃତି ତୁଠେ ବସି ମୁଁ ଭାଳୁଛି 

ଥିଲା କି' ଫିକର ସତ'ତ ନୁହଁ ?


ଅତୀତେ ବିନ୍ଦୁଏ ଲୋତକ ଝରିଲେ 

କହି ଯାଉଥିଲ ଗୁଡ଼ାଏ କଥା

ଆଜି ଏ ଲୁହରେ "କାବେରୀ" ଉଛୁଳେ 

ଆଉ କି' ହଉନି ହୃଦୟ ବ୍ୟଥା ?


ବାଧିକାରେ କେବେ ପଡ଼ି ଯାଉଥିଲେ 

ଦେଖିଛି ଚାତକ ମୋହରି ଘରେ

ଆଜି ମୋ ପିଣ୍ଡରୁ ପରାଣ ଛାଡିଲା 

ରହିଲ କିପରି ଯୋଜନ ଦୂରେ ?


ଆରେ !

ନାହିଁ ଆଉ ମନ ନାହିଁ ସେ ମଣିଷ 

ନାହିଁ ସେ ସମୟ ବିତିଛି ସବୁ

ଶିଳାପରେ ମଥା ଯେତେ ମୁଁ ପିଟିଲି

କେବଳ ପାଇଲି ମଥାରେ ଆବୁ


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sibani Parida

ସାଥୀ

ସାଥୀ

1 min ପଢ଼ନ୍ତୁ

ସାଥୀ

ସାଥୀ

1 min ପଢ଼ନ୍ତୁ

ସାଥୀ

ସାଥୀ

1 min ପଢ଼ନ୍ତୁ

Similar oriya poem from Romance