STORYMIRROR

Sibani Parida

Romance

4  

Sibani Parida

Romance

ସାଥୀ

ସାଥୀ

1 min
390


ମଥା ଛୁଇଁ ଦିନେ ଦେଇଥିଲ କଥା 

ହାଟ ସଉଦାରେ ହୋଇବ ସାଥୀ

ଚାଲିନେ ପାହୁଣ୍ଡେ ଜୀବନର ବାଟ

ଏତିକିରେ ତୁମେ ପଡ଼ିଲ ଥକି ?


କହିଥିଲ ସାଥୀ ଆନ ପରି ନୁହଁ 

ବଦଳି ଯିବିନି ସମୟ ସହ

ଆଜି ସ୍ମୃତି ତୁଠେ ବସି ମୁଁ ଭାଳୁଛି 

ଥିଲା କି' ଫିକର ସତ'ତ ନୁହଁ ?


ଅତୀତେ ବିନ୍ଦୁଏ ଲୋତକ ଝରିଲେ 

କହି ଯାଉଥିଲ ଗୁଡ଼ାଏ କଥା

ଆଜି ଏ ଲୁହରେ "କାବେରୀ" ଉଛୁଳେ 

ଆଉ କି' ହଉନି ହୃଦୟ ବ୍ୟଥା ?


ବାଧିକାରେ କେବେ ପଡ଼ି ଯାଉଥିଲେ 

ଦେଖିଛି ଚାତକ ମୋହରି ଘରେ

ଆଜି ମୋ ପିଣ୍ଡରୁ ପରାଣ ଛାଡିଲା 

ରହିଲ କିପରି ଯୋଜନ ଦୂରେ ?


ଆରେ !

ନାହିଁ ଆଉ ମନ ନାହିଁ ସେ ମଣିଷ 

ନାହିଁ ସେ ସମୟ ବିତିଛି ସବୁ

ଶିଳାପରେ ମଥା ଯେତେ ମୁଁ ପିଟିଲି

କେବଳ ପାଇଲି ମଥାରେ ଆବୁ


         


Rate this content
Log in

More oriya poem from Sibani Parida

Similar oriya poem from Romance