STORYMIRROR

Sibani Parida

Classics

3  

Sibani Parida

Classics

ସାଥୀ

ସାଥୀ

1 min
290

ମୁଁ ତ ଯୁଗେଯୁଗେ ବିରହିଣୀ

କ'ଣ ଅଧିକ ଫରକ ପଡିଯିବ

ଆଉ ପାଦେ ବିରହରେ ପାଦ ଦେଇଦେଲେ


ଏଇଆ ନା ଆଖିରୁ ପୁଣି ଗଡ଼ିବ ଅଜସ୍ର ଲୋତକ ବିନ୍ଦୁ

ତୁ ଗଣି ନ'ପାରିଲା ପରି

ଅବା ଗଣି ଗଣି ଥକି ଗଲାପରି


ଆରେ ତୁ ନିଜେ କହ କେଉଁ ଚିଜରୁ ମୁଁ ତା ନାଁକୁ 

ଲିଭାଇ ଆଗକୁ ବଢ଼ିଯିବି

ସଂସାରର ଶ୍ରେଷ୍ଠ ଜିନିଷ ପରା ତା ନାଁରେ କରି ସାରିଛି


ତେବେ


ଏ ରକ୍ତ ମାଂସ ହୃଦୟ ମସ୍ତିଷ୍କ ସବୁ ତ ତା'ର

ସମର୍ପଣ ପରେ ସତରେ କ'ଣ କିଛି 

ମୋର ହୋଇ ରହିଯାଇଛି


ନା....ନାହିଁରେ 


ମୋ ଅସ୍ତିତ୍ବ ତ ଏବେ ସେ 

ତା'ର ହୋଇ ସାରିବା ପରେ 

ମୋର ଆଉ ମୁଁ ହୋଇ ରହିବାକୁ ବିଲକୁଲ ଇଚ୍ଛା ନାହିଁ


ସତରେ ତା'ର ହୋଇ ରହିବାରେ ଯୋଉ ଶାନ୍ତି 

ତା ମୋର ହୋଇ ରହିବାରେ ଜମା ନାହିଁ


ତୁ ବ୍ୟସ୍ତ ହଅନା ଗଡୁ ଯେତେ ଗଡୁଛି ଗଡୁ

ମୋ ଆଖି ଜଳରେ କୋଉ ବନ୍ୟା ଆସି ଯିବ କି 

ନା ବୈତରଣୀ ଟା ଉଛୁଳି ଉଠିବ


ଆରେ ତୁ ଜମା ଡରନି ମ କିଛି ହେବନି


ଖାଲି ଯାହା ସେ ...ଇ ଦୂର ଆକାଶରେ

ଦିକ୍ ଦିକ୍ ହେଉଥିବା ତାରାଟି 

ଲୁହ ବର୍ଷାର ପରେ ପରେ ଝାପ୍ସା ଦିଶିବ

ନତୁବା ବାଦଲ ତଳେ ଅଦୃଶ୍ଯ ହୋଇଯିବ


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sibani Parida

ସାଥୀ

ସାଥୀ

1 min ପଢ଼ନ୍ତୁ

ସାଥୀ

ସାଥୀ

1 min ପଢ଼ନ୍ତୁ

ସାଥୀ

ସାଥୀ

1 min ପଢ଼ନ୍ତୁ

Similar oriya poem from Classics