STORYMIRROR

Anita Dash

Classics Inspirational Others

4  

Anita Dash

Classics Inspirational Others

ପାରି କରିଦେବେ ଥୟ

ପାରି କରିଦେବେ ଥୟ

1 min
249

(ସନେଟ୍ )


ଦୁଃଖ-କଷଣଟି ଜୀବନରେ ଆସେ ଏକ ପରେ ଏକ ହୋଇ ,

ତାରପଛେ, ପ୍ରଭୁ ନିହିତ ଉଦ୍ଦେଶ୍ୟ ଥାଏ ସନ୍ନିହିତ ହୋଇ।

ଜୀବନ ନାଟକ ନିର୍ଦ୍ଦେଶକ ପରା ସବୁଠୁ ବଡ ଚତୁର, ଦୁଃଖ କଷ୍ଟ ଦେଇ ପରୀକ୍ଷା ନିଅନ୍ତି କିଏ ଶ୍ରେଷ୍ଠ କଳାକାର।


ଅନଳରେ ଜଳି କୁଟା-କାଠ ସିନା ପାଉଁଶ ପାଲଟି ଯାଏ ,

ଖାଦ ଜଳିଯାଇ ସୁନା ମୁଣ୍ଡା କିନ୍ତୁ ଅଧିକ ଝଲସି ଥାଏ।

ସେମିତି ଧନରେ ଅଧିର ନହୋଇ ଦୃଢ ମନବଳ ନେଇ,

ମନର ଦୁର୍ଗୁଣ ଭାବନା ସବୁକୁ ଦୁଃଖରେ ଦିଅ ଜଳାଇ।


ଦୁଶ୍ଚିନ୍ତାକୁ ସବୁ ଦୂରେ ଠେଲିଦେଲେମନ ହୁଏନା ଅସ୍ଥିର ,

ସତ ଚିନ୍ତା ସତ ସାହସ ଜଗାଇ ମସ୍ତିଷ୍କକୁ କର ସ୍ଥିର।

"ସବୁଠୁ ଉନ୍ନତ ପବିତ୍ର ପ୍ରାଣୀ ମୁଁ "ଭାବନା ମନରେ ଧର,

ଜୀବନ ନାଟକେ ଜିତି ଯାଇ ନିଶ୍ଚେ ହେବ ଶ୍ରେଷ୍ଠ କଳାକାର।


ଭକ୍ତି-ଭାବ ନେଇ ଈଶ୍ବରଙ୍କ ପାଖେ ହୃଦୟ ସମର୍ପି ଦିଅ,

ଭାବଗ୍ରାହୀ ସିଏ ଭବ ସାଗରରୁ ପାରି କରିଦେବେ ଥୟ ।



Rate this content
Log in

Similar oriya poem from Classics