ପ୍ରାର୍ଥନା ମହା ପ୍ରଭୁଙ୍କୁ
ପ୍ରାର୍ଥନା ମହା ପ୍ରଭୁଙ୍କୁ
ଅଦେଖା ଭୁତାଣୁ ସାଜେ ମହାମାରୀ,ଅଛୁଆଁ ହୁଏ ନିଜର ମଣିଷସନ୍ଦେହରେ ସ୍ଵର କମ୍ପେ ଚାରି ଆଡେ,ନିଜ ଛାଇକୁ ହୁଏ ଅବିଶ୍ଵାସ ।
ଜଗତର ନାଥ ଆହେ ମହା ବାହୁ,ତୁମ ଲାଗି ଅଟେ କି ଅସମ୍ଭବ!କ୍ଷଣକରେ ସୃଷ୍ଟି କ୍ଷଣରେ ବିନାଶ ,ସମଗ୍ର ବିଶ୍ଵ ଅଟେ ଲୀଳା ତବ I
ଦେଖୁଅଛ ପ୍ରଭୁ ନୀଳାଦ୍ରି ବିହାରୀ,ଚକା ନୟନେ ମୃତ୍ୟୁ ବିଭୀଷିକା,ହୋଇ ଅଛି ଆଜି ଭୟଭୀତ ନର,ତାର ଜୀବନ ଆଜି ମରୀଚିକା I
ହୋଇଣ ବିପନ୍ନ ମଣିଷ ଜୀବନ,ଅନିଶ୍ଚିତତାରେ ଯାଇଛି ହଜି,ଚଉଦିଗେ ଦିଶେ ମୃତ୍ୟର ତାଣ୍ଡବ, ତ୍ରାହି ତ୍ରାହି ଡାକେ ଧରିତ୍ରୀ ଆଜି I
ସଂସାରର ସୁଖ ତୁମ ହାତେ ପ୍ରଭୁ,ସଂସାରର ଦୁଃଖ ତୁମରି ହାତେ,ଆର୍ତ୍ତତ୍ରାଣ ତୁମେ, ପୁଣି ଭାବଗ୍ରାହୀ,ହେଉ ସ୍ଥାପନା ଶାନ୍ତିର ଜଗତେ I
ମୋହ କରି ଅର୍ଘ୍ୟ, କୋହ କରି ଦୀପ,ଲୁହର ଦୀପାଳି ଦେଇଛି ଜାଳି, ଆଞ୍ଜୁଳାଏ ଭାବ, ଆଞ୍ଜୁଳାଏ ଭକ୍ତି,ଦେଇଛି ପାଦରେ ତୁମର ଢାଳି I