STORYMIRROR

Ranjit Sahu

Romance Tragedy Action

4  

Ranjit Sahu

Romance Tragedy Action

ପ୍ରେମରେ ଶୂନ୍ୟତା

ପ୍ରେମରେ ଶୂନ୍ୟତା

1 min
252

ଅବୁଝା ମନର ନ ଥାଉ କାରଣ,

ଅବା କାରଣ ହେଉ ଅଭିମାନ,

ନିଶବ୍ଦ ହୋଇ ବି ହୃଦୟର ଘାତ, 

ଭଙ୍ଗା କାଚର ଆଘାତ ସମାନ I 


ଶୂନ୍ୟତାରେ ହଜେ ଦିଗନ୍ତର ଆଭା, 

ଶୂନ୍ୟରେ ହଜେ ଦୃଷ୍ଟି ଏକାନ୍ତରେ,

ଭାବ ଶୂନ୍ୟ ହୁଏ ହୃଦୟ ବି କେବେ,

ପ୍ରତାରଣା ପାଇ ପ୍ରେମ ଅନ୍ତରେ । 


ପ୍ରସଙ୍ଗ ଯେଉଁଠି ବିଶ୍ଵାସର ଉଠେ,

ସେଠି କି ପ୍ରେମର ଫୁଲ ଫୁଟିବ

ସନ୍ଦେହର ଛାଇ ତଳେ ଝରେ ତାହା, 

ପରିପୂର୍ଣ୍ଣତା କାହୁଁ ପ୍ରାପ୍ତ ହେବ ।


ଭାବର ଅଭାବ ଅଥବା ଉଦ୍ଦେଶ୍ୟ,

ମୂକ ହୃଦୟ କିଛି ନ କୁହଇ, 

ସମ୍ପର୍କର ମଧ୍ୟେ ବ୍ୟବଧାନ ଯେବେ,

ଗାଢ଼ ଶୁନ୍ୟତାରେ ପୂର୍ଣ୍ଣ ହୁଅଇ ।


Rate this content
Log in

Similar oriya poem from Romance