STORYMIRROR

Ranjit Sahu

Horror Fantasy Others

3  

Ranjit Sahu

Horror Fantasy Others

ପିଶାଚିନି

ପିଶାଚିନି

1 min
126

ଅପମୃତ୍ୟୁ ଯୋଗୁଁ ହୋଇଛି ପିଶାଚୀ,

ନର୍କ ଯନ୍ତ୍ରଣାରୁ ମୁକତି ଲୋଭେ, 

ମସାଣି ପଦାରୁ ଗାଆଁ ଦାଣ୍ଡ ଯାଏଁ 

ପ୍ରତି ଗଳିରେ ତା' କାହାଣୀ ଶୁଭେ !


ଉଆଁସ ରାତିରେ ଯେବେ ଲିଭି ଯାଏ, 

ଗାଆଁର ପ୍ରତିଟି ଚଉଁରା ଦୀପ,

ମୁକୁଳା କେଶରେ, ଘନ ଅନ୍ଧକାରେ 

ଘୁରି ବୁଲେ ନେଇ ମାନବୀ ରୂପ 


ଚାଲେ ଅବା ଉଡ଼େ ଜଣା ପଡେ ନାହିଁ,

ଦିଶେ ନାହିଁ କେବେ ତାହାର ଛାଇ,

ଦେଖିଛି ତାହାକୁ ଯିଏ ସ୍ଵଚକ୍ଷୁରେ, 

ନ ଡରି ତାହାରେ ରହି ପାରି ନାହିଁ 


ସେ ଲାଗି ସାଜିଛି ବର୍ଜିତ ଇଲାକା 

ଉଆଁସ ରାତିରେ ମସାଣି ଭୂଇଁ 

ପିଲା ଠାରୁ ବୁଢ଼ା ସଭିଏଁ ସଜାଗ 

ତାହାର ପବନ ନ ଯାଉ ଛୁଇଁ 

 

ନିର୍ଜନ ରାତିରେ ବିଜନ ପଥରେ, 

ଶ୍ଵେତ ବସ୍ତ୍ରାବୃତ୍ତା ଅତୃପ୍ତ ପ୍ରାଣ,

ଆଜି ମଧ୍ୟ ସାରେ ତାହାର ଭ୍ରମଣ,

ସାଥିରେ ନେଇ ପିଶାଚ ଗଣ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror