ଜରିଗୋଟାଳି
ଜରିଗୋଟାଳି


ଶୈଶବକୁ ତାର ଦେଇଛି ବଳି,
ପରିସ୍ଥିତି ସାଥେ କରିନି କଳି ।
ଶାନ୍ତ ଅଶାନ୍ତର ସାଗର ଘାଟେ,
ଜୁଝୁଛି ଜୀବନ ଖାଇବ ମୁଠେ ।
ସପନ ବିହୀନ ଦିନ ଓ ରାତି,
ଖେଳିବାକୁ କେବେ ଖୋଜିନି ସାଥୀ ।
ଅଭାବୀ ଘରେ ତା ହୋଇଛି ଜନ୍ମ,
ବାଳୁତ କାଳରୁ କରୁଛି କର୍ମ ।
ରାତି ପାହି ଯେବେ ସକାଳ ହୁଏ,
ପରଘରେ ମା କାମକୁ ଯାଏ ।
ସଞ୍ଜ ନଇଁଗଲେ ରାତି ମାଡଇ,
ଟଳମଳ ପାଦେ ବାପା ଫେରଇ ।
ସହର ଯାକର ଅଳିଆଗଦା,
ସବୁଠିକୁ ଯିବ କରେ ମସୁଧା ।
ଘୁରି ବୁଲୁଥାଏ ଗଳିରୁ ଗଳି,
ଲୋକେ ଡାକୁଥାନ୍ତି ଜରିଗୋଟାଳି ।