STORYMIRROR

Sangeeta Barik

Horror Tragedy

4  

Sangeeta Barik

Horror Tragedy

ଜରିଗୋଟାଳି

ଜରିଗୋଟାଳି

1 min
203

  

ଶୈଶବକୁ ତାର ଦେଇଛି ବଳି,

ପରିସ୍ଥିତି ସାଥେ କରିନି କଳି ।

ଶାନ୍ତ ଅଶାନ୍ତର ସାଗର ଘାଟେ,

ଜୁଝୁଛି ଜୀବନ ଖାଇବ ମୁଠେ ।


ସପନ ବିହୀନ ଦିନ ଓ ରାତି,

ଖେଳିବାକୁ କେବେ ଖୋଜିନି ସାଥୀ ।

ଅଭାବୀ ଘରେ ତା ହୋଇଛି ଜନ୍ମ,

ବାଳୁତ କାଳରୁ କରୁଛି କର୍ମ ।


ରାତି ପାହି ଯେବେ ସକାଳ ହୁଏ,

ପରଘରେ ମା କାମକୁ ଯାଏ ।

ସଞ୍ଜ ନଇଁଗଲେ ରାତି ମାଡଇ,

ଟଳମଳ ପାଦେ ବାପା ଫେରଇ ।


ସହର ଯାକର ଅଳିଆଗଦା,

ସବୁଠିକୁ ଯିବ କରେ ମସୁଧା ।

ଘୁରି ବୁଲୁଥାଏ ଗଳିରୁ ଗଳି,

ଲୋକେ ଡାକୁଥାନ୍ତି ଜରିଗୋଟାଳି ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror