ବିବାହ
ବିବାହ
ବିବାହ ତ ଏକ ପବିତ୍ର ସମ୍ପର୍କ
ଦୁଇ ଦେହ ଆତ୍ମା ପାଇଁ,
ଅଚିହ୍ନା ମଣିଷ ହୁଏ ଆପଣାର
ଯେପରି ଶରୀର ଛାଇ ।
ଦୁଇ ଭିନ୍ନ ଜନ ମଧୁର ବନ୍ଧନ
ସାତ ଜନ୍ମ ପାଇଁ ବନ୍ଧା,
ବିପଦେ ଆପଦେ ରହିଥାନ୍ତି ସାଥେ
ଦୂର କରି ବିଘ୍ନ ବାଧା ।
ଜଣକ ଦୁଃଖରେ ଆନ ଲୁହ ଝାରେ
ସତେ ଅବା ଏକ ଦେହ,
କ୍ଷୀର ନୀର ସମ ସମ୍ବନ୍ଧ ଅଭିନ୍ନ
ଅସରନ୍ତି ମଧୁ ମୋହ ।
ଦୁଇ ପରିବାରେ ସମ୍ପର୍କ ସାଗରେ
ଲହଡି ମାରଇ ଖୁସି,
ବିଶ୍ବାସର ମୋତି ଗାଏ ପ୍ରେମ ଗୀତି
ଅଧର ବେଳାରେ ହସି ।
ଈଶ୍ବରଙ୍କ ଦାନ ମଧୁର ବନ୍ଧନ
ଏ ବିବାହ ପରମ୍ପରା,
ବୁଝାମଣା ଶକ୍ତି ବିଶ୍ୱାସ ପୀରତି
ଦାୟିତ୍ୱ ସୁଖରେ ଭରା ।