STORYMIRROR

Sangeeta Barik

Inspirational

3  

Sangeeta Barik

Inspirational

ସଫଳତା

ସଫଳତା

1 min
164


ଅସମ୍ଭବ ଶବ୍ଦ ନାହିଁ ଜୀବନରେ

ସମ୍ଭବ ତ ସଦା ସତ,

ଚେଷ୍ଟା ନିଷ୍ଠା ସହ କର୍ମ କରିଗଲେ

ସଫଳତା ହୁଏ ମିତ ।


ସପନକୁ ଯେବେ ସଜେଇ ରଖିଛ

କରନାହିଁ ହାତଛଡା,

ଲକ୍ଷ୍ୟ ପଥେ ସଦା ଅଗ୍ରସର ହୁଅ

ଧରି ସମୟର ଘୋଡ଼ା ।


ଆତ୍ମବିଶ୍ୱାସକୁ ଶକତି ସଜାଅ

ଦୂର କରି ମନୁ ଭୟ,

ଜୀବନ ପାହାଚ ଉଠି ଉଠି ଗଲେ

ହାତ ପାହାନ୍ତାରେ ଜୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational