ଅମୃତ କଳସ
ଅମୃତ କଳସ
ଯିଏ ଏକ ଅମୃତ କଳସ ପରି
ଯାହା ଭିତରେ
ସ୍ନେହ ପ୍ରେମ ଆଉ ଶକ୍ତି
ରହି ଅଛି ଭରି ।
କେବେ ସେ ମାଆ
ଶୁଆଇ ଦିଏ ଶୁଣେଇ ଲୋରି
କେବେ ପୁଣି ଭଗିନୀ
ବାନ୍ଧି ଦିଏ ସେନେହ ଡୋରି
କେବେ ସେ ଜାୟା
ସାଜି ଥାଏ ପ୍ରେମର ପରୀ
ସେ ପୁଣି ସିଦ୍ଧି ବୁଦ୍ଧି
ଦିଏ ସଫଳତା ର ଶିରୀ
ପୁଣି ସେ ନିଧି(ଲକ୍ଷ୍ମୀ)
ଜୀବିକାର ମୁଖ୍ୟ ସୁତ୍ରକାରୀ
କେବେ ରକ୍ଷା କବଚ
ସଂହାରେ ସାଜି ଶତ୍ରୁର ଛୁରୀ
ଆଉ ସେ ବି ଧରା
ଏନ୍ତୁଡ଼ି ରୁ ଜୁଇ ଜୀବନର ସିଡ଼ି
ସେ ସର୍ବଂସହା
ସେ ହିଁ ନାରୀ, ସେ ହିଁ ନାରୀ ।।