ସ୍ବାଧୀନତାର ଜନ୍ମଦିନ
ସ୍ବାଧୀନତାର ଜନ୍ମଦିନ


ଦେଉଥିଲେ ଅନ୍ୟକୁ କଷଣ
ହେବନି କେବେ ପୂରଣ
ଆମ ବୀର ସଂଗ୍ରାମୀଙ୍କ ସପନ..
ଆସ ଯୋଡ଼ି ଦେବା
ମନ ପ୍ରାଣେ
ସ୍ନେହ ଓ ପ୍ରେମର ବନ୍ଧନ ।
କରୁଥିଲେ ଅନ୍ୟକୁ ଶୋଷଣ
ହେବନି କେବେ ପୂରଣ
ଆମ ବୀର ସଂଗ୍ରାମୀଙ୍କ ସପନ..
ଆସ ସ୍ବାର୍ଥ ଛାଡି
ମାଖି ଦେବା
ଭାତୃତାର ଶ୍ରଦ୍ଧା ଚନ୍ଦନ ।
ମାରୁଥିଲେ ମୂଲ୍ୟହୀନ ଭାଷଣ
ହେବନି କେବେ ପୂରଣ
ଆମ ବୀର ସଂଗ୍ରାମୀଙ୍କ ସପନ...
ଆସ କାନ୍ଧ ଭିଡ଼ି
କରି ଯିବା
ଦେଶ ପାଇଁ ସଚ୍ଚା କରମ ।
କରୁଥିଲେ ଅନ୍ୟାୟର ବର୍ଷଣ
ହେବନି କେବେ ପୂରଣ
ଆମ ବୀର ସଂଗ୍ରାମୀଙ୍କ ସପନ..
ଆସ ଦମ୍ଭ କରି
ଉଠେଇବା
ବିରୋଧ ର ସ୍ୱର କମ୍ପନ ।
ହେଉଥିଲେ ହୀନ କୁ ଶାସନ
ହେବନି କେବେ ପୂରଣ
ଆମ ବୀର ସଂଗ୍ରାମୀଙ୍କ ସପନ..
ଆସ ହେଇ ଏକ ମନ
ହକ ମାଗିନେବା
କରି ନ୍ୟାର୍ଯ୍ୟ ଦାବି ଉତ୍ଥାନ ।
ଜଗେଇଲେ ଦେଶ ଜାତି ପ୍ରେମ
ହୋଇବ ନିଶ୍ଚେ ପୂରଣ
ଆମ ବୀର ସଂଗ୍ରାମୀଙ୍କ ସପନ..
ତେବେ ହେବ ସାର୍ଥକ
ଆମ ଏହି
ସ୍ବାଧୀନତାର ଜନ୍ମଦିନ ।