STORYMIRROR

Jesu christ Muduli

Inspirational

3  

Jesu christ Muduli

Inspirational

କେବଳ ସେହି ରଙ୍ଗ

କେବଳ ସେହି ରଙ୍ଗ

1 min
199

ଢ଼ାଳୁଛ ଯଦି ଢ଼ାଳିଦିଅ                

ଶାନ୍ତି ସୌହାର୍ଦ୍ଦ୍ୟର ପ୍ରେମରଙ୍ଗ

ସୁଝିଯିବ ରାଗ ବାଗ ।


ଖେଳୁଛ ଯଦି ଖେଳି ଚାଲ

ଭାଇଚାରା ପ୍ରେମ ରଙ୍ଗ

ବିପଦେ ମିଳିବ ସାଙ୍ଗ ।


ମାରୁଛ ଯଦି ମାରି ଦିଅ

ମନରୁ ହୋଲିକା କୁରଙ୍ଗ

ଷଡ଼ରିପୁ ହୋଇବ ତ୍ୟାଗ ।


ବୋଳୁଛ ଯଦି ବୋଳିଦିଅ

ରାମ - କୃଷ୍ଣ ପ୍ରେମ ରଙ୍ଗ

ହୃଦେ ବସିବ ସତସଙ୍ଗ ।


ନେସୁଛ ଯଦି ନେସି ଦିଅ

ଧର୍ମ ସଂସ୍କୃତିର ପ୍ରେମ ରଙ୍ଗ

ଧରା ହୋଇବ ଜଗମଗ ।


ମାଖୁଛ ଯଦି ମାଖି ଚାଲ

ଦେଶ ପ୍ରୀତି ପ୍ରେମ ରଙ୍ଗ

ମା ଭାରତୀ ହୋଇବ ଭୂସ୍ୱର୍ଗ ।


ଖେଳ ସେହି ରଙ୍ଗ

କେବଳ ସେହି ରଙ୍ଗ ।।



Rate this content
Log in

Similar oriya poem from Inspirational