Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jesu christ Muduli

Others

4  

Jesu christ Muduli

Others

ତୁମରି ନାମରେ ତୁମେ

ତୁମରି ନାମରେ ତୁମେ

1 min
169



ଜ ଜନମରେ ତୁମ୍ଭେ ମରଣରେ ତୁମ୍ଭେ

   ତୁମ୍ଭ ହାତେ ଭାଗ୍ୟ ଲେଖା

  ଆଶା ଅପେକ୍ଷାରେ ଅଛି ନିରନ୍ତରେ

   କେବେ ହେବ ତୁମ୍ଭ ଦେଖା ।


ଗ ଗଢି ଅଛ ସୃଷ୍ଟିକୁ ପୂର୍ଣ୍ଣ କରି ପ୍ରଭୁ

    ନିଜେ ଅସମ୍ପୂର୍ଣ୍ଣ ରହି

  ପାଳୁଛ ତାରୁଛ କେମିତି ପ୍ରଭୁ ହେ

    ଅଧା ହାତ ଗୋଡ ନେଇ ।


ତ  ତବ ଚକା ଆଖି ନିଏ ମନ ଝିଙ୍କି

   ସତେ ହୃଦ ଚୁମ୍ବକ ସେହି

  ହେ ନାଥ କହି ହାତ ଟେକିଦେଲେ

   ଛାଏଁ ଭାବାଶ୍ରୁ ଯାଏ ବୋହି ।


ନା  ନାବ ବି ନଈ ବି ଅଟ ପରା ତୁମ୍ଭେ

   ହେ ମୋର କଳା ନାଉରୀ

  ଅକାତ କାତ ରେ ସାହା ହେଉଥିବ

   ଚାଲେ ଭକ୍ତିର ଆହୁଲା ମାରି ।


ଥ  ଥକା ମନ ମୋର ଥକି ଯାଉ ପ୍ରଭୁ

   ଚକା ଆଖି ତୁମ୍ଭ ଚାହିଁ ଚାହିଁ

  ଶେଷ ଇଚ୍ଛା ଖାଲି ଶେଷ ସମୟରେ

   ଥିବ ଶେଷ କଣ୍ଠଶବ୍ଦ ହେଇ ।

  



Rate this content
Log in