STORYMIRROR

Jesu christ Muduli

Inspirational Children

4  

Jesu christ Muduli

Inspirational Children

କର ଜୟ ଗାନ

କର ଜୟ ଗାନ

1 min
260

ତ୍ରିରଙ୍ଗା ଅଟେ ଆମ ସ୍ୱାଭିମାନ

ଆସ କରିବା ତାର ଜୟଗାନ !୦!


ଆସହେ ଆସ ଏକ ହେବା

ଦେଶ ପାଇଁ ଏକ ଶପଥ ନେବା

ରଖିବା ଦେଶର ମାନ

ଆଜି ସ୍ଵାଧୀନତାର ଜନ୍ମଦିନ,

..... କର ଜୟ ଗାନ !୧!


ଆସହେ ଆସ ଏକ ହେବା

ଦେଶ ପାଇଁ ଏକ ସୁପୁତ ହେବା

ଗାଇବା ତା ଗୁଣ ଗାନ

ଆଜି ସ୍ଵାଧୀନତାର ଜନ୍ମଦିନ,

......କର ଜୟ ଗାନ !୨!


ଆସହେ ଆସ ଏକ ହେବା

ଦେଶ ପାଇଁ ସଚ୍ଚା ଭକତ ହେବା

ତା ପାଇଁ ଦେବା ଜୀବନ

ଆଜି ସ୍ଵାଧୀନତାର ଜନ୍ମଦିନ,

.....କର ଜୟ ଗାନ !୩!


ଆସହେ ଆସ ଏକ ହେବା

ଦେଶ ପାଇଁ ଆସ ଶକତ ହେବା

ଶତ୍ରୁ ଙ୍କୁ କରିବା ଦମନ

ଆଜି ସ୍ୱାଧୀନତାର ଜନ୍ମଦିନ,

.....କର ଜୟ ଗାନ !୪!


ଆସହେ ଆସ ଏକ ହେବା

ଦେଶ ପାଇଁ ଶାନ୍ତି କପୋତ ହେବା

ରଖିବା ତ୍ରିରଙ୍ଗା ସମ୍ମାନ

ଆଜି ସ୍ୱାଧୀନତାର ଜନ୍ମଦିନ,

.... କର ଜୟ ଗାନ !୫!


ଆସହେ ଆସ ଏକ ହେବା

ଦେଶ ପାଇଁ ହାତେ ହାତ ରଖିବା

କହିବା ଜୟ ଯବାନ

ଆଜି ସ୍ୱାଧୀନତାର ଜନ୍ମଦିନ,

.... କର ଜୟ ଗାନ !୬!  


Rate this content
Log in

Similar oriya poem from Inspirational