ଏକ ସୂତା: ଅନେକ କଥା
ଏକ ସୂତା: ଅନେକ କଥା
ଏକ ସୂତା-ଥାଏ ନିହିତ ଦିବ୍ୟତା
ଜଗା ହାତେ ସୁଭଦ୍ରା,
ବାନ୍ଧି ଦିଏ ରାକ୍ଷୀ,ମାନି ସୃଷ୍ଟିକର୍ତ୍ତା ।
ଏକ ସୂତା-କରେ ଜଗତଜିତା
ଭଉଣୀର ଯଶ ପାଇଁ,
ଭାଇ ନେଇପାରେ ଅସାଧ୍ୟ ନ୍ଵତା।
ଏକ ସୂତା-ବାନ୍ଧେ ବିଶ୍ୱାସ ବତା
ଭଉଣୀର ବିପଦରେ,
ଭାଇ ସାଜିପାରେ ପାହାଡ ଛତା।
ଏକ ସୂତା-ଗଢେ ଭରଷା ରାସ୍ତା
ଭଉଣୀର ଖୁସି ପାଇଁ,
ଭାଇ ଦେଇପାରେ ନିଜର ମଥା।
ଏକ ସୂତା-କହେ ସ୍ନେହପ୍ରେମ କଥା
ଯୁଗ ଯୁଗ ଜନ୍ମ ପାଇଁ,
ରହିଯାଏ ଭାଇ - ଭଉଣୀର ସତ୍ତା।
ଏକ ସୂତା-ଲେଖେ ଆଶାର କବିତା
ଭଉଣୀ ର ଭଲ ପାଇଁ,
ନୂଆ କିରଣ ଟି ହେଇପାରେ ଭ୍ରାତା।
ଏକ ସୂତା-ଦିଏ ସମର୍ପଣର ବାର୍ତ୍ତା<
/span>
ଜଣଙ୍କର ଆଘାତରେ,
ଆଉ ଜଣେ ପାଇ ଥାଏ ବ୍ୟଥା।
ଏକ ସୂତା- ଗାଏ ଅନୁକୂଳ ଗାଥା
ଭାଇର ଶୁଭ ମନାସି ଭଉଣୀ,
କରୁଥାଏ କେତେ ବ୍ରତ ଓ ଚିନ୍ତା ।
ଏକ ସୂତା-ସାଜିଥାଏ ରକ୍ଷା କରତା
ସବୁ ସମୟର କବଚ ଭାଇଟି,
ଭଉଣୀକୁ ଦିଏ ଗଢି ଉତ୍ତମ ଦୁହିତା।
ଏକ ସୂତା-ଅଟେ ବଡ଼ ଗୁଣବତ୍ତା
ଭ୍ରାତା ଭଗିନୀ ସ୍ନେହ ପାଶେ,
ସବୁ ଧନ ରତ୍ନ ମଣି ଲାଗଇ ପିତା।
ଏକ ସୂତା-ଯେବେ ହୁଏ ରାକ୍ଷୀ ଫିତା
ଯୋଡ଼ି ଦିଏ ଯୁଗ ଜନ୍ମ ପାଇଁ,
ଭାଇ ଭଉଣୀର ଏହି ପବିତ୍ର ରିସ୍ତା ।
ସେହି ସୂତା,
କହେ ରକ୍ଷା ବନ୍ଧନର କଥା
ଗାଏ ସନାତନ ର ଗାଥା
ବାସ୍ତବିକ ଅଟେ ମହାନତା ।।