Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jesu christ Muduli

Abstract

4  

Jesu christ Muduli

Abstract

ଇଏ ରକ୍ଷା ବନ୍ଧନର କଥା

ଇଏ ରକ୍ଷା ବନ୍ଧନର କଥା

1 min
287


ଇଏ ରକ୍ଷା ବନ୍ଧନର କଥା

ଯିଏ ରକ୍ଷା କର୍ତ୍ତା

ତାର ହସ୍ତେ ବନ୍ଧା ହେବ 

ରାକ୍ଷୀ ସୂତା ।


ଯିଏ ଆମ ଆସ୍ଥା

ସେହି ଭଗବାନଙ୍କ ହସ୍ତେ

ଭକ୍ତ ବାନ୍ଧିବ ରାକ୍ଷୀ ସୂତା ।


ଯାହା କ୍ଷୀର ଖାଇ 

ଆମେ ଚାଲୁଛୁ ଟେକି ମଥା

ସେ ମାତା ଆଉ ଗୋମାତା

ସନ୍ତାନ ଟି ବାନ୍ଧିବ 

ତା ଠିଁ ଆଜି ରାକ୍ଷୀ ସୂତା ।


ଯା ପାଇଁ ଚାଲେ ଆମ

ନିଶ୍ବାସ ର ଘଣ୍ଟା 

ସେହି ବୃକ୍ଷ ଡାଳେ ଆସ

ବାନ୍ଧି ଦେବା ରାକ୍ଷୀ ସୂତା ।


ଯିଏ ଭଉଣୀ ର ଛାଇ

ଆଉ ସୁରକ୍ଷା ର ବତା

ସେହି ଭାଇ ହାତେ ଭଉଣୀଟି

ରାକ୍ଷୀ ବାନ୍ଧି ଗଢି ଦେବ 

ଯୁଗ ଜନ୍ମ ପାଇଁ ପବିତ୍ର ରିସ୍ତା ।


ଯିଏ ପାଶେ ଥିଲେ ଲାଗେ

ଅଛି ସାହସ ଓ ଆଶିର୍ବାଦ ଛତା

ସେହି ପ୍ରିୟ ବାପା ଆଉ 

ଗୁରୁଜନ ହସ୍ତେ ଆସ

ବାନ୍ଧି ଦେବା ରାକ୍ଷୀ ସୂତା ।


ଯିଏ ଦିଏ ଶିକ୍ଷା ଆଲୋକ

ଦେଖାଏ ଚାଲିବାର ରାସ୍ତା

ସେହି ଗୁରୁଙ୍କର ହାତେ

ଆସ ବାନ୍ଧିବା ରାକ୍ଷୀ ସୂତା ।


ଯିଏ ଦେଶର ମୁଖିଆ

ରାଷ୍ଟ୍ରର ପାଳନ କର୍ତ୍ତା

ସେହି ରାଷ୍ଟ୍ରପତି ଆଉ

ପ୍ରଧାନମନ୍ତ୍ରୀ ଙ୍କ ହାତେ ଆସ

ବାନ୍ଧି ଦେବା ରାକ୍ଷୀ ସୂତା ।


ଏକ ସୂତା - ଅନେକ ବାର୍ତ୍ତା

ଖାଲି ଭାଇ ଭଉଣୀ ଭିତରେ

ନୁହେଁ ସୀମିତ ଏ କଥା,

ଇଏ ରକ୍ଷା ବନ୍ଧନର କଥା ।



Rate this content
Log in

Similar oriya poem from Abstract