ରାବଣ୍ ପୁଡ଼ି
ରାବଣ୍ ପୁଡ଼ି


ବଛର୍ କ ଥରେ ଦସରା ଦସମି
ହେସି ରାବଣର୍ ପୁଡ଼ି
ଜାକ୍ ଜମକ୍ ଥିଁ ପୁଡ଼େଇ ଦେଲେଁ
ଅଧରମ୍ ଜାଏସି କାଏଁ ଉଡ଼ି ।
ପୁତୁଲାର୍ ରାବଣ୍ କେ ଜେତେ ପୁଡ଼େଇ
କରିଦେଲେଁ ଛାର୍ ଖାର୍
ସବୁ ଅନିଏ ଦୁରନିତି କାଣା
ଛାଡ଼ି ପଲାବା ଇ ସଁସାର୍ ।
ଜେତେ ଦିନ୍ ତକ୍ ଆଇନ୍ କାନୁନ୍
ନାଇଁ ହେବା ଦେସେଁ ସକତ୍
ହଜାର୍ ହଜାର୍ ଜିଁଇତା ରାବଣ୍
ପିଇ ଚାଲିଥିବେ ରକତ୍ ।
ରାବଣ୍ କେ ଆଏଜ୍ ପୁଡ଼ଉଛୁଁ ଆମେ
ଅଧର୍ମିଆଁ କାମ୍ ଜେନ୍ କଲା
ଆମେମାନେ ଭିଲ୍ ଅନିଏ କରୁଛୁଁ
କେନ୍ତା ବୁଲୁଛୁଁ ମେଲା ଢିଲା ।
ହେତିର୍ ଲାଗି ସଭେ ଭାବୁଁ ଘାଏ
ରାମର୍ ରାଏଜ୍ ଗଢମା ବଲିଁ
ଆମର୍ ଭିତରେ ଥିବାର୍ କୁକରମ୍ କେ
ଆସ ଦେମା ପୁଡ଼େଇ ଜାଲି ।