ଆମେ ତ ଭାଗ୍ୟବାନ ପିଲାରେ
ଆମେ ତ ଭାଗ୍ୟବାନ ପିଲାରେ


ଆମେ ତ ଭାଗ୍ୟବାନ ପିଲାରେ
ବିଜ୍ଞାନ ସାଥେ ନିତି ଖେଳୁରେ
ନାମ ଲେଖାଉ ସ୍ମାଟ ବୟରେ
ସ୍ମାଟଫୋନଟି ଧରି ହାତରେ ।
ପୁଣି ଯେ ଲାପଟପ ଟାବ୍ଲେଟ
କମ୍ପ୍ୟୁଟର ସାଥେ ନିତି ଭେଟ
ଦୂରଦର୍ଶନେ ମନୋରଞ୍ଜନ
ବିଜ୍ଞାନ ଆମ ଆଖି ଅଞ୍ଜନ ।
ଯୋଗାଯୋଗରେ ଆମ ପୃଥିବୀ
ସଂଙ୍କୁଚିତ ବୋଲି ଅନୁଭବି
ଆନନ୍ଦ ମୁଖରିତ ଜୀବନ
ସଭିଏଁ କରୁଅଛୁ ବରଣ ।
ଅନ୍ତରୀକ୍ଷରେ ଉଡ଼ି ବୁଲୁଛୁ
ପାଣିରେ ବୁଡ଼ି ମୋତି ଖୋଜୁଛୁ
ମାଟି ତାଡ଼ି ପେଟ୍ରୋଲ ଡିଜେଲ
ଜଗତ ହିତେ ତାହା ଅମୂଲ ।
ବିଦ୍ୟୁତର ସଫଳ ଦାନରେ
ଅଛୁ କେତେ ସୁଖ ସୁବିଧାରେ
ପଙ୍ଖାଠାରୁ ଏ. ସି. ପରଯ୍ୟନ୍ତ
ପୁଣି ଜଗତକୁ ଆଲୋକିତ ।
ରେଳଠୁ କଳକାରଖାନାଦି
ଚାଳନା ଏହାର କାରସାଦି
ବିଜ୍ଞାନର ଦାନ ଏ ବିଦ୍ୟୁତ
ଅତୁଳନୀୟ ତା'ର ମହତ ।
ଐଶ୍ବର୍ଯ୍ୟମୟ ଅଟ୍ଟାଳିକାରେ
ବସବାସ କରୁ ହରଷରେ
ଯେତେବେଳେ ଯା' ମନ ଖୋଜଇ
ହାତ ପାହାନ୍ତାରେ ତା' ମିଳଇ ।
ବିଜ୍ଞାନ ଉପକରଣେ ଚାଷୀ
ଖୁସିରେ ଅଛି ଧରାକୁ କର୍ଷି
ତୈୟାର ନାନା ଖାଦ୍ୟ ବ୍ୟଞ୍ଜନ
ମନ ପୂରଇ କରି ଭୋଜନ ।
ଯେତେ ବୈଜ୍ଞାନିକ ଉଦ୍ଭାବନ
ମୋହିତ କରେ ପ୍ରତି ପରାଣ
ଚିକିତ୍ସା କ୍ଷେତ୍ରର ଅବଦାନ
କରଇ କେତେ କ୍ଷତ ପୂରଣ ।
କରି ଅଙ୍ଗର ପ୍ରତିରୋପଣ
ଆମକୁ ଦିଏ ନବ ଜୀବନ
ଔଷଧ ଆଦି ଉପଚାରରେ
ରୋଗ ପ୍ରତିରୋଧ ହୋଇ ପାରେ ।
ଜୀବନ ଚିତ୍ରେ ବିଜ୍ଞାନ ଛାପ
ଆହା ! କେଡ଼େ ସୁନ୍ଦର ତା' ରୂପ
ଉଡ଼ଇ ଆମ ମନ ଗଗନେ
କୋଳେଇ ତାହାକୁ ପ୍ରତିକ୍ଷଣେ ।
ଏ ମାଟି କୋଳେ ଯେତେ ଜନ୍ମିଛୁ
ତାକୁ ଛୁଇଁ ଶପଥ ନେଉଛୁ
ରହିବୁ ସବୁଥିରେ ଆଗୁଆ
ହସାଇ ଚାଲୁଥିବୁ ଦୁନିଆ ।
ନବ ପ୍ରେରଣା ଉନ୍ମାଦନାରେ
ହୃଦୟ ଭରୁଥିବୁ ଜ୍ଞାନରେ
ସକଳେ ଭରି ଖୁସି ଅପାର
ସୁଖେ ତୋଳୁଥିବୁ ନିଜ ଘର ।
ଆଉ ପଛକୁ କେବେ ନଚାହିଁ
ଅନୁଧାବନ ପଥରେ ରହି
ନୂଆ ନୂଆ ସପନ ପୂରଣେ
ଚେଷ୍ଟିତ ଥିବୁ ସଦା ଜୀବନେ ।
ଗୁରୁ ଗୁରୁଜନ ଶୁଭାଶିଷ
ମଥାରେ ବୋଳି ଥିବୁ ହରଷ
ତାଙ୍କରି ବିଶ୍ବାସ ପ୍ରେରଣାରେ
ପ୍ରଗତି ତୋଳୁଥିବୁ ହାତରେ ।
ବିଭୁଙ୍କ କରୁଣାର ବରଷା
ସଫଳ କରିବ ସବୁ ଆଶା
ସଫଳକାମୀ ନାମ ଲେଖାଇ
ପାରିବୁ ଜୀଇଁ ପରା ଏ ମହୀ ।।