STORYMIRROR

Binodini Dash

Inspirational

4  

Binodini Dash

Inspirational

ଅଭିଶପ୍ତା ଅହଲ୍ୟା

ଅଭିଶପ୍ତା ଅହଲ୍ୟା

1 min
70

ଅଭିଶପ୍ତା ଅହଲ୍ୟା


ବିନୋଦିନୀ ଦାଶ


ବ୍ରହ୍ମାଙ୍କ ସୁତା ଅହଲ୍ୟା ରୂପ, ଗୁଣରେ ଅତୁଲ୍ୟା

ତ୍ରିଭୁବନେ ସମକକ୍ଷ ବର ନ ପାଇ

ପିତା ଗୌତମ ଋଷିଙ୍କୁ ସମର୍ପଣ କଲେ ତାଙ୍କୁ

ପତିପତ୍ନୀ ଆଶ୍ରମେ ଥିଲେ ସୁଖେ ରହି

ମାତ୍ର ବିହି ନ ଦେଲା ସାଥ

ପତିଙ୍କର ଅଭିଶାପେ ପଥର ସେତ ।


ସୁନ୍ଦରତାରେ ମୋହିତ ଯେଣୁ ଥିଲେ ଦିତି ସୁତ

କାମବାସ୍ନା ଚରିତାର୍ଥେ କରି ମସୁଧା

ଆସି ବ୍ରାହ୍ମ ମୁହୂର୍ତ୍ତରେ କୁଟୀରୁ ଲୁଚି ଅଦୂରେ

ରହିଥିଲେ ରବି ସହଯୋଗେ ଏକଦା

ଯାନ୍ତି ସ୍ନାନ ଉଦ୍ଦ୍ୟେଶେ ଋଷି

ଇନ୍ଦ୍ର ଗଉତମ ବେଶେ ଥିଲେ ପ୍ରବେଶି ।


ଚିହ୍ନି ନପାରି ସୁନ୍ଦରୀ ନିଜକୁ ଅର୍ପଣ କରି

ପୂରାଇଲେ ସୁରେଶଙ୍କର ମନସ୍କାମ

ନିଶି ପାହିବା ପୂର୍ବରୁ ରମି ବାହାରି କୁଟୀରୁ

ଦେଖିଲେ ଫେରନ୍ତି ସ୍ନାନରୁ ଗଉତମ

ଲୁଚିଲେ ବୃକ୍ଷ ଆଢ଼ୁଆଳେ

ହେଲେ ଋଷିଙ୍କର ନେତ୍ରେ ଧରାପଡ଼ିଲେ ।


ଋଷି ଜାଣି ଧ୍ୟାନ ବଳେ ଜଳି କ୍ରୋଧର ଅନଳେ

ଅହଲ୍ୟାଙ୍କୁ ବୋଇଲେ ତୁ ହେଲୁ ପାପୀଷ୍ଠା 

ଲାଗିଲା ଅଙ୍ଗେ କଳଂକ ଯୋଗ୍ୟ ନୁହେଁ ମୋର ଅଂକ

ନଥିବାରୁ ତୋ ପାଖରେ ସତୀତ୍ବ ନିଷ୍ଠା

ଅଭିଶାପ ଘେନ ମୋହର

ଆଜିଠାରୁ ଏହି ସ୍ଥାନେ ହୁଅ ପଥର ।


ସ୍ବାମୀଙ୍କ ଚରଣ ଧରି ଅହଲ୍ୟା ରୋଦନ କରି

ଅଜ୍ଞାତ ଦୋଷ ପାଇଁକି ମାଗିଲେ କ୍ଷମା

ତୁଣ୍ଡୁ ବାହାରିବା କଥା କେବେ ନୋହିବ ଅନ୍ୟଥା

ଦିନେ ଶାପମୁକ୍ତି ହେବୁ ଜାଣରେ ବାମା

ଶିରୀରାମ ପଦରଜରେ

ମୋକ୍ଷପଥେ ଚଳିଯିବୁ ତ୍ରେତା ଯୁଗରେ ।


ଶିରୀରାମ ଲଇକ୍ଷଣ ଯଜ୍ଞ ରକ୍ଷାର କାରଣ

ବିଶ୍ବାମିତ୍ର ମହର୍ଷିଙ୍କ ଆଶ୍ରମେ ଗଲେ

ତାଙ୍କ ସହିତ ଭ୍ରମଣ କରୁଥିଲା ବେଳେ ବଣ

ରାମ ନାମ ଅରଣ୍ୟରେ ଶୁଣି ପାରିଲେ

ବିଶ୍ବାମିତ୍ର ତ୍ରିକାଳଦର୍ଶୀ

ଅହଲ୍ୟା ଶାପ ବିଷୟ ଥିଲେ ପ୍ରକାଶି ।


ପୁଣ୍ୟଶ୍ଳୋକ ରାମଚନ୍ଦ୍ର ହୃଦୟ ହୋଇଲା ଆଦ୍ର

ପାଦ ଥୋଇ ଅହଲ୍ୟା ପଥର ମୂରତି

ଦେଇଥିଲେ ତାଙ୍କୁ ମୁକ୍ତି ଯା'ର ସ୍ଥାନ ପଞ୍ଚସତୀ

ପ୍ରାତଃ ସୁମରଣା କଲେ ମିଳେ ମୁକତି

ବିବାହାର ଶୁଭ କାର୍ଯ୍ୟରେ

ପଞ୍ଚସତୀ ନାମ ମୁଖେ ବ୍ରାହ୍ମଣ ଧରେ ।


କୁରୁଆଁ, ମୁଗପାଳ, ଯାଜପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational