STORYMIRROR

rasmi maye pati

Inspirational

5  

rasmi maye pati

Inspirational

ମାନବିକତା

ମାନବିକତା

1 min
920


ଅଦୃଶ୍ୟ ସ୍ରୋତ ଟି କରେ 

  ଶୂନ୍ୟ ରୁ ଇଙ୍ଗିତ

ଯେଉଁ ସ୍ରୋତେ ଭରିଥାଏ 

  ପ୍ରଭୁ ଙ୍କ ଆଶିଷ ।।।।।

ଉତ୍ତପ୍ତ ମରୁ ରେ ସିଏ

   ହୁଏ ଜଳାଶୟ

କଣ୍ଟକ ବୃକ୍ଷ କୁ କରେ

  ଫଳ ପୁଷ୍ପ ମୟ।।।।।

ଅନ୍ଧ ପାଇଥାଏ ପଥ 

  ହଜିଲା ଦିଗରେ

ଭିକାରୀ ର ଥାଳ ପୁରେ

  ଦି ମୁଠା ଅନ୍ନ ରେ।।।।।

ଅଜ୍ଞାନ ଟି ପାଇଥାଏ 

  ଜ୍ଞାନ ର ଆଲୋକ

ସେ ସ୍ରୋତ ରେ ପୁରି ଥାଏ 

   କେତେ ଯେ ମହକ ।।।।

ଭିନ୍ନ ଏକ ହୃଦୟ ଟି ସେ

  ସ୍ରୋତ ରେ ମିଳେ

ମଣିଷ ପଣିଆ ଥିଲେ 

  ସେହି ସ୍ରୋତ ଝରେ ।।।।

କରିବାକୁ ଇଚ୍ଛା ହୁଏ 

  ଅତି ଆପଣାର

ଯା ହୃଦ ରୁ ଝରୁଥାଏ

  ସେହି ସୁଧା ଝର ।।।।

ଚିରସ୍ରୋତା ହୁଅନ୍ତା କି

  ସେ ଅମ୍ଳାନ ସ୍ରୋତ

ସବୁ ନର ହୃଦେ ସତେ 

  ହୁଅନ୍ତା ପ୍ଲାବିତ ।।।।।

ମିଳନ୍ତାକି ଦୁଇ ବୁନ୍ଦା

  ସେ ଧାର ରୁ ମାତ୍ର

ଉଡନ୍ତା କି ଧ୍ଵଜା ଏକ 

  ରାମ ରାଇଜ ର ।।।।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational