ମାନବିକତା
ମାନବିକତା
ଅଦୃଶ୍ୟ ସ୍ରୋତ ଟି କରେ
ଶୂନ୍ୟ ରୁ ଇଙ୍ଗିତ
ଯେଉଁ ସ୍ରୋତେ ଭରିଥାଏ
ପ୍ରଭୁ ଙ୍କ ଆଶିଷ ।।।।।
ଉତ୍ତପ୍ତ ମରୁ ରେ ସିଏ
ହୁଏ ଜଳାଶୟ
କଣ୍ଟକ ବୃକ୍ଷ କୁ କରେ
ଫଳ ପୁଷ୍ପ ମୟ।।।।।
ଅନ୍ଧ ପାଇଥାଏ ପଥ
ହଜିଲା ଦିଗରେ
ଭିକାରୀ ର ଥାଳ ପୁରେ
ଦି ମୁଠା ଅନ୍ନ ରେ।।।।।
ଅଜ୍ଞାନ ଟି ପାଇଥାଏ
ଜ୍ଞାନ ର ଆଲୋକ
ସେ ସ୍ରୋତ ରେ ପୁରି ଥାଏ
କେତେ ଯେ ମହକ ।।।।
ଭିନ୍ନ ଏକ ହୃଦୟ ଟି ସେ
ସ୍ରୋତ ରେ ମିଳେ
ମଣିଷ ପଣିଆ ଥିଲେ
ସେହି ସ୍ରୋତ ଝରେ ।।।।
କରିବାକୁ ଇଚ୍ଛା ହୁଏ
ଅତି ଆପଣାର
ଯା ହୃଦ ରୁ ଝରୁଥାଏ
ସେହି ସୁଧା ଝର ।।।।
ଚିରସ୍ରୋତା ହୁଅନ୍ତା କି
ସେ ଅମ୍ଳାନ ସ୍ରୋତ
ସବୁ ନର ହୃଦେ ସତେ
ହୁଅନ୍ତା ପ୍ଲାବିତ ।।।।।
ମିଳନ୍ତାକି ଦୁଇ ବୁନ୍ଦା
ସେ ଧାର ରୁ ମାତ୍ର
ଉଡନ୍ତା କି ଧ୍ଵଜା ଏକ
ରାମ ରାଇଜ ର ।।।।।।।