Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Inspirational

3  

rasmi maye pati

Inspirational

ଗୁରୁ ଦିବସ ଉପଲକ୍ଷେ

ଗୁରୁ ଦିବସ ଉପଲକ୍ଷେ

1 min
205


ଦି ଧାର ଦୁହୁଡ଼ି ଜଳେ 

 ଦୁଇ ପଟେ ଯାର

ବିଶାଳ ତା କଳେବର

 ନାମ ଯା ସଂସାର।।।


ତା ବକ୍ଷ ରେ ପାଦ ଥାପି

 ଚାଲିବା ଜୀବନ

ବିନା ସଂସ୍କାର ରେ ଯହିଁ

ଚାଲିବା କଠିନ।।।।


ସଂସ୍କାର ର ଦାତା ଯିଏ

 ସିଏ ଗୁରୁ ଆମ

ସଦା ସିଏ ବନ୍ଦନୀୟ

 ଯା ଦାନ ଅସୀମ ।।।


ପ୍ରଥମ ରେ ମାତା ପିତା

 ଶିକ୍ଷକ ଦ୍ଵିତୀୟେ

ଯା ଋଣ ଶୁଝି ନ ହୁଏ

 ପଥ ସରିଯାଏ।।।


ତାଙ୍କ ଆଶୀର୍ବାଦେ 

 ଚଲାପଥ କୁସୁମିତ

ବିନା କଷ୍ଟେ ସରିଯିବ

 ଦୀର୍ଘ ଚଲାପଥ।।।



Rate this content
Log in

Similar oriya poem from Inspirational