STORYMIRROR

rasmi maye pati

Others

4  

rasmi maye pati

Others

ଅନୁଭବରେ ଶୀତ

ଅନୁଭବରେ ଶୀତ

1 min
284


ଉଷ୍ଣ ଚାଦରର ନରମ ସ୍ପର୍ଶରେ

 ଶୀତ କି ସମାପ୍ତ ହୁଏ

ଶୀତ ପରା ଏକ ପ୍ରତୀକ୍ଷାର ଅନ୍ତ

 ବସନ୍ତକୁ ଚାହିଁ ଥାଏ।।

ଶୀତ ପରା ଏକ ପୂର୍ଣ୍ଣତା କାହାଣୀ

 ହସି ଧାନକେଣ୍ଡା କହେ

କଲ୍ଲୋଳ ଲହରୀ ଖେଳୁଛି କ୍ଷେତରେ

 ଚଷା ଭାଇ ମନ ମୋହେ।।।

ଶୀତ ସକାଳର ବାମ୍ଫମୟ ଚାଆ

 ସେଠି କି ସମାପ୍ତି ଥାଏ

ନାନା ସୁଗନ୍ଧରେ ଉଦ୍ୟାନ ମହକେ

 ମଧୂପ ବୀଣା ବଜାଏ।।।

ସମ୍ଭୋଗର ପ୍ରତୀକ୍ଷାରେ ବଉଳର

 କେତେ ମଧୁ ସ୍ବପ୍ନ ଉଏଁ 

ଉତ୍ତରା ପବନେ ଖେଳିବ ଲହରୀ

 ବସନ୍ତକୁ ଚାହିଁ ଥାଏ।।।

ଶବ୍ଦ ଫରୁଆରୁ ଗୁଞ୍ଜରିତ ଶବ୍ଦ

 ଲେଖନୀ ମୁନକୁ ଧାଏଁ

ଅୟୁତ ସ୍ବପ୍ନର ନାଟକ ରଚନା

 କବିର ପ୍ରାଣକୁ ଛୁଏଁ।।।

ଘନ କୁହୁଡିର ପ୍ରହେଳିକା ନାଟ

 ସେତିକି କି ଶୀତ ଚିହ୍ନ

ସୁନେଲି କିରଣ ଭାରି ଦୀପ୍ତିମନ୍ତ

 ପୁଲକିତ ତନୁ ମନ।।।

ଦିବସ ଅବଧି ସରି ସରି ଯାଏ

 ବିଭାବରୀ ଲମ୍ବା ହୁଏ

ଅୟୁତ ସ୍ବପ୍ନର ରଙ୍ଗାୟିତ ମଞ୍ଚ

 ଶୀତ ରାତି ଖଞ୍ଜି ଦିଏ।।।।

ଦୁଃଖ ଲହରୀର ଜୀବନ ନଈଟା

 ସାଗରେ କି ମିଶି ଯାଏ

ସୁଖ ପରା ତାର ବିପରୀତ ସୁଅ

 ମିଶିଲେ ପୂର୍ଣ୍ଣତା ପାଏ।।।

ନଥିଲେ ନିଦାଘ ବର୍ଷା କି ଆସନ୍ତା

 ଅନ୍ତେ ଶୀତ ଆବାହନ

ଶୀତ ସିନା ଏକ ମଧୁର ସୋପାନ

 ବସନ୍ତର ଆଗମନ।।

ସୁଖ ଦୁଃଖ ସିନା ମଞ୍ଚରେ ମିଶିଲେ

 ନାଟକ ସମାପ୍ତ ହୁଏ

ନିଦାଘ ଶରତ ଶୀତ ବସନ୍ତରେ

 ଋତୁଚକ୍ର ପୂର୍ଣ୍ଣ ହୁଏ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍