STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଅବଶୋଷ

ଅବଶୋଷ

1 min
170

ଶୁଷ୍କ ଶ୍ରାବଣର ଘନ କୁନ୍ତଳରେ

  ଭାଦ୍ରବ ବାନ୍ଧୁଛି ବେଣୀ

ଫିକା ବସନ୍ତ ଟା ଅଳଙ୍କାର ଶୂନ୍ୟ

  ଧନ୍ୟ ରେ ତୁହି ବିନ୍ଧାଣୀ।


ଆଦ୍ୟ ବଇଶାଖେ ଘନ କଳା ମେଘ

 ଶ୍ରାବଣ ପିଟୁଚି ମୁଣ୍ଡ

ଜୀବନ ନଈ ର ବିଚିତ୍ର ତୁଠ ଏ

 ଅବଶୋଷ ଖାଲି ରୁଣ୍ଡ।


ସ୍ବପ୍ନ ହଜି ଯାଏ ଦୂର ଦିଗନ୍ତରେ

 ପଥେ ମରୁବାଲି ଚିତ୍ର

ତଥାପି ବାଲିରେ ଧାଇଁବାକୁ ହେବ 

 ଜୀବନର ମୂଳମନ୍ତ୍ର।


ତୃଷାର୍ତ୍ତ କଣ୍ଠ ରେ ଚାତ୍ତକ ଯନ୍ତ୍ରଣା

  ତପ୍ତ ବାଲୁକା ଶଯ୍ୟାର

ତିନି ଭାଗ ଆୟୁ ସରିଲେ ମିଳେନି

 ଆକଣ୍ଠ ଗ୍ରାସ ମଧୁର।


ମୁକ୍ତ କବରୀ ରେ ଶୂନ୍ୟ ପୁଷ୍ପ ମାଳା

  ଶୃଙ୍ଗାର ଶୂନ୍ୟ ଯୌବନ

ନିସ୍ତେଜ ବାର୍ଦ୍ଧକ୍ୟ ହାତ ଠାରି ଡାକେ

 ଯାତ୍ରା ଅବଶୋଷ ପୂର୍ଣ୍ଣ।


ସାରା ଜୀବନ ଟା ନୀରବ ଚିତ୍କାର

  ଆଶା ବୋଧେ ପୂର୍ଣ୍ଣ ହେବ

ଯନ୍ତ୍ରଣା ଖୋଳପା ମଧ୍ୟେ ଅବଶୋଷ

 ମାଟିରେ ନିସ୍ତେଜ ହେଵ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational