STORYMIRROR

RAKHAL CHANDRA SWAIN

Inspirational

3  

RAKHAL CHANDRA SWAIN

Inspirational

କବିତା ଗୋ ତୁମେ

କବିତା ଗୋ ତୁମେ

1 min
190


କବିତା ଗୋ ତୁମେ, 

    ଭୋକିଲା ପେଟର,

      ଅକୁହା ବେଦନା ସ୍ଵର।


ଜୀଅନ୍ତା ଶବର, 

    ପଟୁଆରେ ସାଜ

       ଶାଣିତ ଖଡ୍ଗ ଧାର।୧।


କବିତା ଗୋ ସାଜ,

     ରଣ ଦୁନ୍ଦୁଭି, 

       କଙ୍କାଳ ଆଖିରେ ବହ୍ନି।

ବିଦ୍ରୋହୀ ଓଠରେ,

     ପଞ୍ଚଜନ୍ୟ ତୁମେ,

       ବିପ୍ଲବର ପ୍ରତିଧ୍ୱନି।୨।।


କବିତା ଗୋ ତୁମେ, 

       ଜାଗ୍ରତ କର ,

           ସୁପ୍ତ ସିଂହର ବଳ।

ଛିଡେ ଶୃଙ୍ଖଳ,

    ଜାଗେ ଦୁର୍ବଳ,

        ନାଚେ କଙ୍କାଳ ଦଳ।୩।


କବିତା ଗୋ ତୁମେ,

       କ୍ରୌଞ୍ଚ ଯୁଗଳ,

          ବେଦନାର ଭାବାବେଗ।

ଗୀତା ଗୁରୁ ଗ୍ରନ୍ଥ,

      ପରମାତ୍ମା ତତ୍ତ୍ଵ,

          ଭଗବତ୍ ପ୍ରାପ୍ତି ମାର୍ଗ।୪।


କେବେ ସାଜ ଶିଶୁ ,

       ସରଳ କଣ୍ଠରେ,

          ଧୋଅ ରେ ବାଇଆ ଧୋଅ।

କେବେ ବି ଜଗାଅ

    ଦେଶଭକ୍ତ ପ୍ରାଣେ,

        ସହିଦ୍ ହେବାର ମୋହ।୫।


କବିତା ଗୋ ତୁମେ, 

      ଶାନ୍ତି କପୋତ,

          ସ୍ନେହ ପ୍ରେମ ବାର୍ତ୍ତାବହ।

କବି କଳ୍ପନାର,

     ଉଛୁଳା ରାଗିଣୀ,

          ଆବେଗ ଉନ୍ମତ୍ତ ସୁଅ।୬।


କେବେ ସାଜ ବ୍ରହ୍ମା, 

    କେବେ ସାଜ ବିଷ୍ଣୁ,

       କେବେ ସାଜ ଭାବଭୋଳା।

କେବେ ସିଞ୍ଚ ସ୍ନେହ,

      ମୃତ୍ୟୁ ସଞ୍ଜିବନୀ,

       କେବେ ରଚ ଧ୍ୱଂସ ଲୀଳା।୭।


କେବେ ଦିଅ ନିଃସ୍ବ ,

    ନିଃସଙ୍ଗ ଜୀବନେ,

          ଏକ୍ ଲା ଚଲୋର ନାରା।

କେବେ ଦେଶପ୍ରେମ,

       ବହ୍ନି ଜଳାଇ,

        ବାଣ୍ଟି ଚାଲ ଭାଇଚାରା।୮।


କବିତା ଗୋ ତୁମେ,

     ସୃଜନୀ ର ଉତ୍ସ,

          ସାରସ୍ବତ ଦିବ୍ୟ ଜ୍ଞାନ।

ସମାଜ ହିତରେ,

     କର ସମାହିତ,

           ଛୁଇଁ ମୋ କଲମ ମୁନ।

           ଛୁଇଁ ମୋ କଲମ ମୁନ। 

            ଛୁଇଁ ମୋ କଲମ ମୁନ।୯।

        

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational