STORYMIRROR

RAKHAL CHANDRA SWAIN

Inspirational

4  

RAKHAL CHANDRA SWAIN

Inspirational

ଶାନ୍ତି ଯାତ୍ରା

ଶାନ୍ତି ଯାତ୍ରା

1 min
323


ଆଉ ଗାଆନାଁରେ କେନ୍ଦରା 

ମୋ ବାହୁଡ଼ା ବେଳରେ 

ସେଇ କାଳଜୟୀ ଚିର ସତ୍ୟ 

ଅମୃତମୟୀ ସଙ୍ଗୀତ 

"ଭଜୁ କିନା ରାମ ନାମରେ କୁମର......"


ଯେବେ ମଶାଣି ରଡ ନିଆଁର 

ପାଉଁଶ ତଳୁ ଖୋଜୁଛି ମୁଁ ନିଜକୁ ନିଜେ।

ଖୋଜୁଛି ମୋ ଶୀତ ତାପ ନିୟନ୍ତ୍ରିତ ଯନ୍ତ୍ର।


ଖୋଜୁଛି ମୋ 

ଗଜ ଦନ୍ତ ପଲଙ୍କ ଉତ୍ତୁଙ୍ଗ ଅଟ୍ଟାଳି ପୁଳାପୁଳା ଟଙ୍କା 

ପିତା ମାତା ହକ୍ କଟା  

ସଞ୍ଚିତ ଅମାପ ସମ୍ପତ୍ତି।


ଖୋଜୁଛି ମୋ  

ପିତୃମାତୃ ଦତ୍ତ ପଞ୍ଚଭୂତ ଶରୀର କୁ;

 ସଶକ୍ତ ବାହୁ ଯୁଗଳ କୁ।

ଯେଉଁ ହାତ ଉଠିଲେ କମ୍ପି ଉଠୁଥିଲା ସ୍ବର୍ଗ 

ଯେଉଁ ପାଦ ଥାପି ଦେଲେ ଥରି ଉଠୁଥିଲା ପାତାଳ।


କେନ୍ଦରାରେ !

ଗାଆ ନାଁ ସେ ଟୀକା ଗୋବିନ୍ଦ ଚନ୍ଦ୍ର।

ଟୀକା ନେବାକୁ ମୋ ପାଖରେ  

ଆଉ ମୋ ଶରୀର ନାହିଁ।

ସେ ଗୀତ ଶୁଣିବାକୁ ମୋ ପାଖରେ ଆଉ କାନ ନାହିଁ।

ସେ ତତ୍ତ୍ଵ ବୁଝିବାକୁ ଆଉ ମୋ ପାଖରେ ମସ୍ତିଷ୍କ ନାହିଁ।


ସବୁ ସ୍ୱପ୍ନର ଅନ୍ତ ଘଟେଇଛି  

ସାମାନ୍ୟ ନଗଣ୍ୟଏକ ଦିଆସିଲି କାଠି।

ମୋ ସାତ ସପନକୁ ଭାଙ୍ଗି 

ଚୂରମାର କରିଦେଇଛି ସେ।

ମୋ କାମନା ବାସନାର ଅନ୍ତ ଘଟେଇ 

 ମୋତେ ସେ ଦେଇଛି  

ପାଉଁଶର ଗୋଟେ ନୂଆ ପରିଚୟ।


ତା' ପ୍ରତିଶୋଧ ନେବାକୁ 

 ମୋ ପାଖରେ ବଳ ନାହିଁ।

ତା' ଅହଂକାରକୁ ଭାଙ୍ଗିବାକୁ 

ମୋ ପାଖରେ ଆଉ ଅହଂକାର ନାହିଁ।

ତା' ଗର୍ବ ଭାଙ୍ଗିବାକୁ ମୋ ପାଖରେ 

ଗର୍ବ ନାହିଁ।


ମୋ ଗର୍ବ ଅହଂକାର ଅଭିମାନକୁ

ଧ୍ୱସ୍ତ ବିଧ୍ୱସ୍ତ କରି ଟାଣିଛି

ମୋ ଜୀବନ ନାଟିକାର  

 ଶେଷ ଯବନିକା ।

ଉପସଂହାର ଆଣିଛି ସବୁ ଦୁଷ୍କର୍ମର।


ମୋ ଦୁଃଖ ଶୁଣିବାକୁ 

ମୋ ପାଖରେ ଆଉ କେହି ନାହିଁ।

ମୋ ପଟ୍ଟା ପାଉତିରେ 

ମୋ ନାଁ ପୂର୍ବରୁ 

 ସ୍ୱର୍ଗତଃ ଚିହ୍ନ ଲଗେଇ ଦେଲାଣି ସମୟ।

ମୋ ଅଭିଯୋଗ ଶୁଣିବାକୁ  

ମୋ ପାଶେ 

ନାହିଁ ପ୍ରଶାସନ 

ନାହିଁ ପରିବାର 

ନାହିଁ ସମାଜ ।


ଆଜି ମୁଁ ଏକା ସମ୍ପୁର୍ଣ୍ଣ ଏକା।

ବିଶ୍ଵ ବିଜୟର ଆକାଂକ୍ଷାକୁ 

 ତେଜ୍ୟ କରି 

 ରାମ ନାମ ସମ୍ପତ୍ତିକୁ 

 ନିଜର କରି 

ଆରମ୍ଭ କରୁଛି "ଶାନ୍ତିର ଯାତ୍ରା।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational