STORYMIRROR

RAKHAL CHANDRA SWAIN

Horror

4  

RAKHAL CHANDRA SWAIN

Horror

ସ୍ମୃତିରେ ଭଗତ ସିଂ

ସ୍ମୃତିରେ ଭଗତ ସିଂ

1 min
385

ସଲାମ୍ମ୍ ଘେନ ହେ ବୀର ଭଗତ,

ଭାରତ ମାଆର ପରମ ଭକ୍ତ,

ନିଗାଡି ଦେହରୁ ତାତିଲା ରକ୍ତ,

          ଦେଶ ମାତୃକା ପାଇଁ

ପୁରିନି ତୁମକୁ ତେର ବରଷ,

ଲିଭିନି ଓଠରୁ ଶୈଶବ ହସ,

ଦୁର୍ବାର କରି ତୁମ ସାହସ,

          ଡେଇଁଲ ଯୁଦ୍ଧ ଭୂଇଁ ।


ଜାଲିଆନାୱାଲା ବର୍ବର କାଣ୍ଡ,

ବିଗିଡେଇ ଦେଲା ତୁମରି ମୁଣ୍ଡ,

ବିପ୍ଲବୀ ମନକୁ କଲା ଉଦଣ୍ଡ,

             ଛାଡ଼ିଦେଲ ବିଦ୍ୟାଳୟ

ସହୀଦ ରକତେ ସେ ଭିଜା ମାଟି

ନିଜ ଘରେ ରଖି ପୂଜିଲେ ନିତି,

ମନରେ ଭରିଲ ଅସୀମ ଶକ୍ତି,

           ରଚିଲ ତୁମେ ପ୍ରଳୟ।


ଦେଶ ଭକ୍ତଙ୍କୁ କରାଇ ରୁଣ୍ଡ,

ବ୍ରିଟିଶ ବିରୁଦ୍ଧେ ଖୋଲିଲ ତୁଣ୍ଡ,

ଗଡାଇବ ବୋଲି ପୋଲିସ ମୁଣ୍ଡ,

              ନେଲ ହେ ବଜ୍ର ଶପଥ

ବିଧାନ ସଭାରେ ପକାଇ ବମ୍,,

ଦେଖାଇଲ ତୁମେ ନିଜର ଦମ୍,

କେଉଁଥିରେ ତୁମେ ନୁହେଁ ତ କମ୍,

              ବଳିଦାନ ଦେଲ ସ୍ଵାର୍ଥ।


ଶିବରାମ,ସୁଖରାମ ସହିତ,

ଆଜାଦ୍ ଙ୍କ ସାଥେ ମିଳାଇ ହାତ,

ପୁଲିସ କୁ ,ମିଶି, କରିବ ହତ,

            କରିଲ ତୁମେ ଯୋଜନା

ଲାଲାଜୀଙ୍କୁ ପିଟି ଯେଉଁ ପୁଲିସି,

ତୁମ ବିଚାର ରେ ହୋଇଲା ଦୋଷୀ,

ମାରିବାକୁ ତାକୁ ସଭିଁଏ ମିଶି,

            କରିଲ ଗୁଳି ଚାଳନା ।


ମୃତ୍ୟୁ ତୁମକୁ ପାରିବନି ଛୁଇଁ,

କାନ୍ଦୁଛି ଭାରତ ଆଜି ତୁମ ପାଇଁ,

ସ୍ମୃତି ରେ ତୁମେ ରହିଥିବ ଚେଇଁ,

           ଇତିହାସ ତା'ର ସାକ୍ଷୀ

ତୁମ ବଳିଦାନ,ନିଃସର୍ତ୍ତ ସ୍ବାର୍ଥ,

ଦେଶ ପ୍ରେମ ବହ୍ନି କରୁଛି ଜାଗ୍ରତ,

ତୁମ ପାଦ ତଳେ,ଏ ସାରା ଭାରତ,

             ରହିଥିବ ମଥା ପାତି,

              ରହିଥିବ ମଥା ପାତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror