STORYMIRROR

Debadatta Jena

Abstract Horror Action

4  

Debadatta Jena

Abstract Horror Action

କଳା ସୂରୁଜ

କଳା ସୂରୁଜ

1 min
259

ଏ ସୁରୁଜ ରକ୍ତିମ ରଂଗ, 


କେବେ ସେ ଲାଳିମା, ଗାଢ଼ ଢାଉଆ 


ଅମାବାସ୍ୟାର ସେ ରଂଗ, 


ଜୀବନ ବିଚିତ୍ର ମୟ, 


କେବେ ସେ ଆନନ୍ଦ, କେବେ ନିରାନନ୍ଦ 


ନିଖୁଣ ଜୀବନ ଅଥୟ, 


କେବେ ସେ ଆଲୁଅ, କେବେ ସେ ଅନ୍ଧାର 


ଛାଇ ଅନ୍ଧାରର ଭୟ.. !


ଏଠି ପ୍ରତି ପାଦରେ ତ ନିରାଟ ବାସ୍ତବତା, 


ଚିତ୍ର ଚରିତ୍ର ରଂଗ ମୟ, 


ଏଠି ପ୍ରତି ସ୍ପର୍ଦ୍ଧାରେ ଅଛି ଅଭାବୀ ଜୀବନ


ଖରସ୍ରୋତ ନଈ ସୁଅ, 


ଅଭାବୀ, ଗରିବୀ କଳଙ୍କିତ ରେଖା


ଦର୍ପିତ ପୁଣି, କ୍ରୋଧିତ ତା 'ଇତିହାସ, 


ଢୋକେ ପି, ଦଣ୍ଡେ ଜିଏ ଯେବେ 


ପ୍ରଜ୍ଜଳିତ କ୍ଷୁଧା ଅଗନ..!


ଏଠି ଯନ୍ତ୍ରଣା ତା'ଚିର ସହଚର, 


କେବେ ସେ ଅନଳ, କେବେ ଦାବାନଳ 


କ୍ଷୁଧିତ ତା 'ଆସ୍ଫାଳନ, 


ଏଠି ପ୍ରତି ଆକାଂକ୍ଷା ତା 'ନିପୀଡିତ, 


ଖାଦ୍ୟ, ବସ୍ତ୍ର, ଆଉ ବାସଗୃହ ପାଇଁ 


ସଦା ସେ ସଂଗ୍ରାମ ରତ, 


କୌଳିକ ଯାଇ ମୌଳିକ ହରାଇ 


ଆଜି ସେ ନିଃସ୍ୱ, ବିବର୍ଜିତ..!


ଗରିବୀ ବା କେଉଁ ପାପ, 


ସେ ସିନା ସଢୁଛି ଅଭାବ କଷଣେ 


ସାଜଇ ସେ ପାଳ ଭୂତ, 


ଅପାଠୁଆ ସିନା ଜାଣିଛି ମର୍ଯ୍ୟାଦା, 


ଅଵିଵେକୀ ଜାଣେ ନାହିଁ, 


ଦୁଃଖୀ ଜାଣୁ ଅଛି ଦୁଃଖର ବେଦନା 


ଦୁଃଖ ପରେ ସୁଖ ଚାହିଁ, 


ନୈସର୍ଗିକ ଏଇ ଅଭାବ ବୋଧରେ 


ଅଭାବର ଚିତ୍ର କଳ୍ପ 


ଉପମା, ଅବ୍ୟୟ, ଯତି ପାତ ପୁଣି 


ଅଳଙ୍କାର ପଦ ସ୍ପଷ୍ଟ..!


ହଁ, କିଏ ଦେଖେ ଜହ୍ନ, କିଏ ଏଠି ମନ 


ଜ୍ୟୋସ୍ନାୟିତ ଚିତ୍ରପଟ, 


ସେ ଦେଖୁଛି ଏଠି, ଅମାବାସ୍ୟା ଜହ୍ନ 


କଳଙ୍କର ଚିହ୍ନ, ରୁଟି ପରି 


ତା 'ଜହ୍ନ ରୂପ, 


କିଏ ଦେଖେ ଏଠି ଲାଲିମାର ସୂର୍ଯ୍ୟ, 


ପ୍ରେମ ରଙ୍ଗେ ତା'ର ଅର୍ଘ୍ୟ, 


ଇନ୍ଦ୍ରଧନୁ ଆଂକେ ତା,ଠାଣି ଚାହାଁଣୀ, 


ରଙ୍ଗୀନ ଜୀବନାଚର୍ଯ୍ୟ..!


ଏଇ ସେ ଅଭାବ ବୋଧ, 


ଜୀବନ ଯୁଇରେ ସଭିଏଁ ସମାନ, 


ରକ୍ତିମ ସେ ଲାଲ ସୂର୍ଯ୍ୟ, 


ସେ ଭାବୁଛି ତ,ଏଇ ପ୍ରଗାଢ଼ କିରଣେ 


ଧୂଳି ଧୂସରିତ ତା'ପ୍ରାଣ, 


ତା 'ଜୀବନ ଢାଉ ରଂଗ, ସେ ରଂଗରେ 


ଅନୁ ରଂଜିତ ସେ ଯେ, 


ବୈଶାଖୀ ଆଖିରେ ଝଡ଼, 


ହାଏ ରେ ଜୀବନ, ତୁ ମୁଠାଏ ମାଟି, 


ତୁ ବୁନ୍ଦାଏ ପାଣି, 


ପୁଣି ତୁ ଚିମୁଟେ ଭାତ..!


ନିଶ୍ୱାସରେ ତା'ର ଝାଂଜି ବାଆ ବହେ 


ଗାଏ ଜୀବନର ଗୀତ, 


ଖୋସଣୀରେ ବନ୍ଧା, ତା ଅଝଟ ଭାଗ୍ୟ, 


ଗାଏ ଅଝାଲ ସଂଗୀତ, 


କାଳ ବୈଶାଖୀର ଉତ୍ତୁଙ୍ଗ ଶିଖରେ 


ବାହେ ସେ ଆହୁଲା କାତ, 


ଗରିବ ଝୋଲିଟା ଖାଲି ଅଛି ସିନା 


ମନ ତା ପରାଣ ମିତ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract