STORYMIRROR

Debadatta Jena

Abstract Romance Tragedy

3  

Debadatta Jena

Abstract Romance Tragedy

ସମ୍ପର୍କ

ସମ୍ପର୍କ

1 min
236

କିଛି ସମ୍ପର୍କ

ନାଁ ଥାଏ ନାଁଆ,ନାଁ ଠିକଣା,

ନାଁ ହାର,ନାଁ ଜିତ୍,

ନାଁ ହଜି ଯିବା,ନାଁ ଖୋଜି ପାଇବା,

ନାଁ ଭୂଲିବା,ନାଁ ଭୂଲି ପାରିବା,

ତଥାପି,

ଖୁବ୍ ନିଜର ସେ,ଅତି ଆପଣାର

ଖାଲି ଆତ୍ମିୟ ତ ନୁହେଁ,

ଆନ୍ତରିକତା,

ଅତି ଆବଶ୍ୟକ ଵି ନୁହେଁ,

ବହୁତ ଆବଶ୍ୟକତା,

କିଏ ଜାଣେ

କଣ ଏ ସମ୍ପର୍କ,

କେଉଁ ପରିଭାଷା

ଏ ବନ୍ଧନ,

ଏଇ ଭଲ ପାଇବା,

କେତେ ଜଣା, କେତେ ଅଜଣା !

ଆଉ,

ଏ ସମ୍ପର୍କ,

ମନରେ ହେବା ଆବଶ୍ୟକ ନା,

ବିନା ମତଲବ,ବିନା ହିସାବ,

ହୃଦୟକୁ ଛୁଇଁବା ବି ଦରକାର ନା,

ମତଲବରେ ତ ଦୁନିଆ

ପୁଣି,ବିନା ହିସାବରେ

ବିନା ହିସାବରେ 

ହୁଏତ କିଛି ଅଜାଡି ହେଇ ପାରେ,

କିନ୍ତୁ ଆବଶ୍ୟକତାର ପରିଶେଷରେ,

ଅନେକ କିଛି ଉଜୁଡି ଯାଇ ପାରେ,

ଆଉ ଏତିକି ହିଁ ମାତ୍ର ସମ୍ବଳ,

ଯାହା ମିଳିଯାଏ ତାହା ସମାପିକା,

ଯାହା ମିଳେନି, ଅସମାପିକା,

ଅଧୁରା ପରା ଏ ସମ୍ବନ୍ଧ,

ଯାହା ଦୁନିଆ କହେ,

ପ୍ରେମ

କେବେ ମରୀଚିକା !

କିଛି ସଜଡା, ଅନେକ ଅସଜଡ଼ା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract