STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ଗହଣା

ଗହଣା

1 min
418

ତୋ ଓଢଣୀ

କାଉଁରୀର ରୂପସଜ୍ଜା,

ନବ୍ୟ କୁଆଁରୀର ଶାଳୀନତା,

ମହନୀୟ ରୋମାଞ୍ଚିତ

ଅସୁମାରୀ ଗଭୀରତା

ସରମର ଶୀତଳତା,

ଭବ୍ୟ ତାରୁଣ୍ୟର ଯଥାର୍ଥତା,

ହୃଦୟରେ ନୈପୁଣ୍ୟତା,

ନିହାତି ନିଜର ପୁଣି,ଅତୁଲ୍ୟ,

ଅମୂଲ୍ୟ ତା ମାଦକତା

ତୋ ଓଢଣୀ

କେବେ ମଗୁଶିର ଝୋଟି ଚିତା,

ବର୍ଷାର ଆବୃସ୍ନାତା,

ବିରହରେ ଆନମନା,ବିସ୍ମିତ

ବିଳପିତ ଏ ବିଭୋରତା

କେବେ ପୁଣି

ଶରତର ନଈପଠା

ତ କାଶତଣ୍ଡୀ ରୂପ ଶୋଭା,

ବୈଶାଖର ଝାଂଜି ଖରା ଦେହେ 

ଶୀତଳର ଶୁଭ୍ର ଜ୍ୟୋସ୍ନା

କେବେ ମହ ମହ

ମଧୁ ଲଗ୍ନା, ସୌରଭ ସୁରଭିତା,

ବାସ୍ନାୟିତ କମନୀୟ,ପ୍ରୀତିମହ,

ମାଦକୀୟ ଫଲ୍ଗୁ ବୋଳେ,

ଆମ୍ବ ବଉଳର ବାସ୍ନା

ତୋ ଓଢଣୀରେ

ବିଶାଳତା,ବର୍ଣ୍ଣନରେ ବିବିଧତା..

ସୁଦୃଶ୍ୟରେ ସାର୍ଥକତା,ସରସତା,

ମହକତା,ମରମରେ ମର୍ମସ୍ପର୍ଶୀ,

ମାର୍ମିକ ଲାଜର ଗହଣା

ତୋ ଓଢଣୀର

ନୀରବତା, ମୃଦୁ ମହ

ମୃଗେନ୍ଦ୍ରତା,ମଧୁ ଲଗ୍ନା ଝଲକରେ

ମଧୁ ମଳୟର ମସୃଣତା,

ତୋ ନୀଳ ନୀଳ,ନୀଳିମାରେ

ପରା ନୀଳାୟିତ ତନ୍ଦ୍ରା

ତୋ ଲାଜରେ 

ସର୍ପିଳତା,ତୋ ହସରେ 

ମଧୁ ଗନ୍ଧା,ସ୍ବପ୍ନାୟିତ ମାଧୁରିମା,

ହୃଦୟର ଅନୁରଣେ ଲାଳାୟିତ,

ଯେତେ ଛନ୍ଦାୟିତ ତୃଷ୍ଣା

ତୋ ଓଢଣୀ

କେବେ ଆବୃ ଏ ନିଦାଘରେ,

ଯେବେ ରୌଦ୍ରଦୀପ୍ତ ଜୀବନରେ

ଛାଇ ହେଇ ଭରି ଦିଏ,

ସୁଶୋଭିତ ତୋ ସୁଷମା

ତୋ ଓଢଣୀ

ଲୁହ ଯେତେ ପୋଛି ଦିଏ,

ଦେହୁ ଧୂଳି ମାଟି ଝାଡ଼ି ଦିଏ,

ଲୁହ ନୁହେଁ ସିନେହର ସାର୍ଥକତା 

ନାରୀତ୍ୱର, ମମତ୍ୱର ବୋଧେ..

ଏଇ ତ ସ୍ୱତନ୍ତ୍ର ଗହଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance