Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Abstract Romance Tragedy

4.5  

Debadatta Jena

Abstract Romance Tragedy

ତୁମ ନୀରବତା

ତୁମ ନୀରବତା

1 min
653


ହଁ ହେଇପାରେ ମୁଁ କେଉଁ ନୀରବ ଭାବୁକ,

ସେ ନୀରବ ଭାବନା ତ ତୁ,

ଆହୁରି ଅନେକ ଭାବନା ବାକି ଅଛି ଏବେ,

ସେ ନୀରବ ଯାତନା ଵି ତୁ ।


ଯାହା ଵି ଭାବୁଚି,ଆଉ ଏ ଯାହା ଵି କହୁଛି,

ସେ କଳ୍ପନା,କାହାଣୀ ଵି ତୁ,

ହଁ ଏଇ ଜୀବନର କଥା, ଜୀବନର ଗାଥା,

ଜୀବନର ଗୀତ,ଗାଉଛି ମୁଁ ।


ହଁ ଏଇ ଜୀବନ ଜୁଆର ଅଝାଲ ସଂଗୀତ,

ଲହରୀ ବୁକୁରେ ଭାସୁଛି ମୁଁ,

କୂଳରେ ଲାଗିବି ଅବା ଭାସି ଭାସି ଯିବି,

ମନ କାଗଜର ନାଆ ତ ତୁ ।


ଲେଖୁଛି ସିନା ମୁଁ, ଛବି ଆଙ୍କି ପାରୁନାହିଁ,

ଏ ଭାବନାରେ ଲାଖିଛୁ ତୁ,

ଭାବୁଛି ସିନା ମୁଁ ନିଜେ ଜାଣି ପାରୁ ନାହିଁ,

ଏତେ ନୀରବ କାହିଁକି ତୁ ।


ହଁ ବହୁତ କିଛି କଥା ବୋଧେ ବାକି ଅଛି,

ଏବେ ନୀରବ ରହୁଛୁ ତୁ,

ନଦୀ ପରି ସିନା ଯେତେ ବହି ତୁ ଚାଲୁଛୁ,

ହେଲେ ବହି ପାରୁ ନାହିଁ ମୁଁ ।


Rate this content
Log in

Similar oriya poem from Abstract