STORYMIRROR

Debadatta Jena

Tragedy Action Inspirational

4  

Debadatta Jena

Tragedy Action Inspirational

ମାନବିକତା

ମାନବିକତା

1 min
483

ଏଠି ସମ୍ପର୍କ,ବନ୍ଧୁତା ଆଉ ପ୍ରେମ,

ସହଜରେ ତ ମିଳିଯାଇ ପାରେ,

କିନ୍ତୁ ସମ୍ପର୍କର ମୂଲ୍ୟ ସେଇ ମାନେ ନିଭେଇ ପାରନ୍ତି,

ଯେଉଁମାନେ ହସ ପଛରେ ଦୁଃଖ,

କ୍ରୋଧ ପଛରେ ଭଲ ପାଇବା,

ଆଉ ରାଗ ପଛରେ ଅନାବିଳ ପ୍ରେମର

ମହତ୍ତ୍ୱ ଠିକ୍ ରୂପେ ବୁଝି ହିଁ ପାରନ୍ତି ।


ଏଠି ମଣିଷ ମାନଙ୍କର ତ ଅସମ୍ଭବ ଭିଡ଼,

ହେଲେ ଅସଲ ମଣିଷ ଖୋଜିବା, ଦୂରୁହ ବ୍ୟାପାର,

କାରଣ ଏଠି ଅନେକ ବାଦ,ବିବାଦ

ବିସମ୍ବାଦରେ ଭରପୁର ଏ ଦୁନିଆଁ,

କେବଳ ବିଷାଦ,ଅବସାଦ ହିଁ ମଣିଷ

ମନରେ ଘର ବିଲକୁଲ ବନେଇ ପାରନ୍ତି,

ହେଲେ ମଣିଷ ପଣିଆ ପାଣିର ଗାର ।


ଏଠି ଜାତି ଭିତରେ ଜାତି, ମନ ଭିତରେ ତାତି,

ସ୍ୱାର୍ଥ ସର୍ବସ୍ବ ଏହାହିଁ ସମ୍ବଳ,ଜାତି ଏଠି ନୀଚ୍ଚ ନୁହେଁ,

କିଛି ନୀଚ୍ଚ ଏ ଜାତି ଭିତରେ ଭିଡ଼ ଜମାନ୍ତି,

ଉଚ୍ଚ ନୀଚ୍ଚର କାୟା ବିସ୍ତାର କରି ଏ ସମସ୍ତ

ଜାତିର ପାରିବା ପଣିଆକୁ କୁଠାରାଘାତ କରନ୍ତି,

ମାନବିକତା ନୁହେଁ, ଅମାନବିକତାର 

ଶ୍ରେଷ୍ଠତା ଜାହିର କରି ଡିଣ୍ଡିମ ପିଟନ୍ତି ।


ଅନେକ ଭାବନ୍ତି ଭଗବାନ ଅଛନ୍ତି କି ନାହିଁ,

କିନ୍ତୁ କେବେ ଵି ଭାବନ୍ତି ନାହିଁ କି ସେ ନିଜେ

ମଣିଷ କି ନୁହନ୍ତି, ଏଇ ତ ପାର୍ଥକ୍ୟ, କିଛି

ନିନ୍ଦା ପ୍ରଶଂସାର ଗୁଣ ଅଵଗୁଣରେ ନିଜର ସମଗ୍ର

ସତ୍ତା ହରାଇ ବସନ୍ତି, ତଥାପି ନିଜକୁ ବଡ଼

ମାନବ ବାଦର ପ୍ରବକ୍ତା ବୋଲି ଜାହିର କରନ୍ତି,

ଆଉ ବଚନ ପ୍ରବଚନର ସରମର୍ମ ଭୂଲି

ପରିଶେଷେ ଅଭିବକ୍ତା ହିଁ ପାଲଟି ଯାଆନ୍ତି ।


ଆରେ ମୂଢ଼ ମତି,ଏମିତି କେତେ ମତବାଦ,

କେତେ ବାଦ ଆସିଛି, ଆଉ କେତେ ଵି ବାକି ଅଛି,

କେତେ ସେ ଜିତିଛି କେତେ ସେ ହାରିଛି,

ସେ ହିସାବ କିଏ ରଖି ପାରିଛି,ଦୁଇ ଦିନର ଦୁନିଆଁ,

ଖାଲି ହାତରେ ଯେ ଆସିଥିଲା ଦିନେ

ଅବଶେଷେ ଖାଲି ହାତରେ ସେ ଫେରୁଛି,

ବାକି ଯାହା ଥିଲା ଏ ଅସ୍ତିତ୍ୱ ବାଦରେ

ସାମଗ୍ରିକ ସତ୍ତା ନିର୍ବିଶେଷେ ଖାଲି ପଡିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy