Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prafulla Chandra Mishra

Others Tragedy

3  

Prafulla Chandra Mishra

Others Tragedy

ମିଛ ମାୟା ସଂସାର

ମିଛ ମାୟା ସଂସାର

1 min
7.0K




• ମହାବାହୁ , ନାମ ଜପି ଜପି ପ୍ରାଣଯାଉ ହେ

• ମହାବାହୁ , ନାମ… ।।

• ମିଛ ମାୟା ସଂସାର ଅନିତ୍ୟ ପ୍ରାଣ ମୋର

• ତୁମେ ସତ୍ୟ ସନାତନ ତୁମେ ଜଗତ ଜୀବନ

• ସରୋଜ ପଦେ ଆଶ୍ରୟ ପାଇଁ ଆଜ୍ଞା ହେଉ ହେ

• ମହାବାହୁ , ନାମ ଜପି ଜପି ପ୍ରାଣ ଯାଉ ।।

• ବିଷୟା ବିଷ ପଙ୍କେ ମାୟା ଆବିଳ ଛନ୍ଦେ

• ବାନ୍ଧି ରଖିଦେଇଅଛ ନିଜେ ତ ଲୁଚି ରହୁଛ

• ମୋ ଉପରେ କିମ୍ପା ପ୍ରଭୁ ସାଧୁଅଛ ଦାଉ ହେ

• ମହାବାହୁ ,ନାମ ଜପି ଜପି ପ୍ରାଣ ଯାଉ ।।

• ପଦ୍ମ ପତ୍ର ର ଜଳ ପରି ମୁଁ ଢଳ ଢଳ

• ପାଣି ଫୋଟକା ଜୀବନ ଛାଇ ଆଲୁଅ ସମାନ

• ନଗନ୍ୟ ନିରେଖ ଜନେ ସୁ ଦୃଷ୍ଟି ତ ଥାଉ ହେ

• ମହାବାହୁ , ନାମ ଜପି ଜପି ପ୍ରାଣ ଯାଉ ।।

• ଅରକ୍ଷ ରକ୍ଷ ନାଥ ଆହେ ଦୁଃଖୀ ସଙ୍ଗାତ

• ତୁମ ବିନା ଆଉ କିଏ ଅଛି ଏ ସଂସାରେ ହାଏ

• ତେଣୁ ଜପେ ଜଗନ୍ନାଥ ତବ ଦୟା ହେଉ ହେ

• ମହାବାହୁ , ନାମ ଜପି ଜପି ପ୍ରାଣ ଯାଉ ।।

• କହେ ପ୍ରଫୁଲ୍ଲ ଦୀନ ହେଉଛି ହୀନିମାନ

• ଦୟାକର ଦୀନଜନେ ଦୁଃଖୀ ଡ଼ାକ ଶୁଣି କର୍ଣ୍ଣେ

• ଜୀବଯିବା ବେଳେ ତୁମ ନାମ ତୁଣ୍ଡେ ଥାଉ ହେ

• ମହାବାହୁ , ନାମ ଜପି ଜପି ପ୍ରାଣ ଯାଉ ।।


• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------


Rate this content
Log in