STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଲକ୍ଷ୍ମୀ ଉପାସନା

ଲକ୍ଷ୍ମୀ ଉପାସନା

2 mins
165

        ଲକ୍ଷ୍ମୀ ଉପାସନା

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା 

---------- -------------------- ---------

ମାର୍ଗଶିର ପରଶରେ ଧାତ୍ରୀ ସୌଭାଗିନୀ

ଦୃଶ୍ୟମାନ କିବା ସ୍ଵଂୟ ବିଷ୍ଣୁ ପାଟରାଣୀ ଯେ;, 

ଶସ୍ୟ ଶ୍ୟମଳା ଶାଳିରେ ସୁବର୍ଣ୍ଣ ଛାଉଣି

ବିଜୟ କରିଛନ୍ତି କି ମାତା ମହାଲକ୍ଷ୍ମୀ, ମାର୍ଗଶିର ପରଶରେ... ।।


ବାରି ବଗିଚା ସୁନ୍ଦର କେଶବ ପ୍ରସୂନ

ସୁବର୍ଣ୍ଣ ବର୍ଣ୍ଣ ମଧୁର ସୌରଭ ରଞ୍ଜନ ଯେ; 

ସେ କେଶେବ ଗଜରାରେ ଲକ୍ଷ୍ମୀ ଠାକୁରାଣୀ

ବିଜୟ କରିବେ ମାର୍ଗଶିର ଆସିଲାଣି, ମାର୍ଗଶିର ପରଶରେ ...।।


କଣ୍ଟେଇ କୋଳି ବୁଦାରେ କଳାକଳା କୋଳି

ଶିଶିର ବିନ୍ଦୁ ସ୍ପର୍ଶରେ ମୁକୁତା ର ମାଳି ଯେ;

ସମାନ ସେ ଚିତ୍ର ଶିଳ୍ପୀ ପ୍ରକୃତି ମୋହିନୀ

ରୂପରେ ସଜାଇ ଦିଏ ଯେହ୍ନେ ସୌଦାମିନୀ, ମାର୍ଗଶିର ପରଶରେ ...।।


ପବିତ୍ର ମନରେ କୁଳବଧୂ ସୋହାଗିନୀ

ଘରଦ୍ଵାର ସଜାଇଛି ଚିତ୍ର ରେଖା ଟାଣି ଯେ;

ପାଦ ପଦ୍ମ ଝୋଟି ଶୁଭ୍ର ଚିତ୍ରିତ ଛାଉଣୀ

ଆସିବେ ତ ମାର୍ଗଶିରେ ମାାଆ ଠାକୁରାଣୀ, ମାର୍ଗଶିର ପରଶରେ ...।।


ଶୁଭ ଶଂଖ ହୁଳହୁଳି ଶବଦେ ପ୍ରଭାତ

ପୁର ପଲ୍ଲୀ କୋଳାହଳ ମଧୁର ସଂଗୀତ ଯେ; 

ଲକ୍ଷ୍ମୀ ପୁରାଣ ସୁନ୍ଦର ଲଳିତ ରାଗିଣୀ

ମାର୍ଗଶିର ପରିବେଶ ପବିତ୍ର ହେଲାଣି, ମାର୍ଗଶିର ପରଶରେ...।।


ଧାନ କଳେଇ ଶଗଡ ମାଳେ ପଲ୍ଲୀ ପଥ

ସଞ୍ଜେ ଫେରଇ ଘରକୁ କେଁ କଟ ଶବଦ ଯେ;

ଶୀତ ର କାଲୁଆ ବାଆ ଦେହ ଥରିଲାଣି

ଶୂନ୍ୟରୁ କାକର ଟିପି ଟିପି ଖସିଲାଣି, ମାର୍ଗଶିର ପରଶରେ ...।। 


ଦାସ କେରଣ୍ଡା ଫୁଲ ର ଗେରୁଆ ରଙ୍ଗରେ

କାକର ବିନ୍ଦୁ ମୁକୁତା ଭ୍ରମ ସୃଷ୍ଟି କରେ ଯେ;

ଆସୁଛନ୍ତି ବୈକୁଣ୍ଠରୁ ସ୍ଵୟଂ ଠାକୁରାଣୀ

>ମାଗି ଘେନ ଆଶୀର୍ବାଦ ହେବ ସୌଭାଗିନୀ, ମାର୍ଗଶିର ପରଶରେ...।।


ବଳରାମ ଦାସ ଲକ୍ଷ୍ମୀ ପୁରାଣେ ବର୍ଣ୍ଣିଲେ

ଆଦୃତ ହୋଇଛି ଯାହା ପ୍ରତି ଘରେଘରେ ଯେ;

ମାର୍ଗଶିର ଗୁରୁବାର ବାଇ ଠାକୁରାଣୀ 

ଜଗନ୍ନାଥ ଦୁଇଭାଇ ଦୁସ୍ତର କାହାଣୀ, ମାର୍ଗଶିର ପରଶରେ ...।।


ମନୁ ପରାଶର କଥା ଯୁଗ ସତ୍ୟମୁଗ

ଏହି ଯେ ରହସ୍ୟ ମନ୍ଵୋନ୍ତର ଶେଷ ଭାଗ ଯେ; 

କରିଥିଲା ଆରାଧନା ଶ୍ରୀୟା ଚଣ୍ଡାଳୁଣୀ 

ତା ଘରେ ପ୍ରବେଶି ଥିଲେ ବ୍ରହ୍ମାଣ୍ଡ ର ରାଣୀ, ମାର୍ଗଶିର ପରଶରେ...।।


ଅସ୍ପୃଶ୍ୟ ହୋଇଲେ ଦେବୀ ମନ୍ଦିରକୁ ମନା

ଚଣ୍ଡାଳର ଘରେ ପଶୁଛ ବରୁଣ ଙ୍କ ଜେମା ଯେ;

ବଡ ଭାଇଙ୍କ ଆଦେଶ ଯାଅ ଠାକୁରାଣୀ 

ତୁମ ଠାରେ ଆଉ ଆମ କିଛି କାର୍ଯ୍ୟ ନାହିଁ, ମାର୍ଗଶିର ପରଶରେ ...।।


ତହୁଁ ବିପତ୍ତି ଭୋଗିଲେ ବ୍ରହ୍ମାଣ୍ଡ ର ନାଥ

ଲକ୍ଷ୍ମୀ ଛଡା ହୋଇ ବୁଲି ମାଗିଥିଲେ ଭିକ ଯେ;

ନମିଳିଲା ବାଟଘାଟ ଶେଷକୁ ଘରଣୀ

ପାଖରେ ଶରଣାପନ୍ନ ଅମୀୟ କାହାଣୀ, ମାର୍ଗଶିର ପରଶରେ ...।।


ପ୍ରଶନ୍ନ ହୋଇଲେ ଧନ ଜନ ଗୋପ ଲକ୍ଷ୍ମୀ 

ଭୋଗକରେ ବୋଲି ଲେଖି ଦେଇ ଯାଇଛନ୍ତି ଯେ;

ସେହି ବିଶ୍ଵାସରେ ସତ୍ୟ ଧର୍ମ ପଥ “ମାନି

ଜନେ” ଭୋଗ କରିହ୍ଵନ୍ତି ଗୁଣୀ,ଜ୍ଞାନୀ,ଧନୀ, ମାର୍ଗଶିର ପରଶରେ ...।।


ମାସ ମଧ୍ୟେ ମାର୍ଗଶିର ନିଜେ ବାସୁଦେବ

କ୍ଷୀରାବ୍ଧି ତନୟା ରମା ହୃଦୟ ବାନ୍ଧବ ଯେ;

ଆଚଣ୍ଡାଳ ବ୍ରାହ୍ମଣ ପ୍ରବେଶ (ପାଇଁ) ଠାକୁରାଣୀ 

ଭେଦ ଭାବ ନରହୁ ହେ ବ୍ରହ୍ମାଣ୍ଡ ଗୋସାଇଁ, ମାର୍ଗଶିର ପରଶରେ...।।


ଏହି ବାର୍ତ୍ତା ବାଣ୍ଟଇ ହେମନ୍ତେ ମାର୍ଗଶିରେ 

ମହାଲକ୍ଷ୍ମୀ ଆରାଧନା କେଶବ ଫୁଲରେ ଯେ;

ଐଶ୍ଵରୀୟ ଉପାସନା ଅପୂର୍ବ କାହାଣୀ

ପ୍ରଫୁଲ୍ଲ ଆକୂତି ଘେନ ଶ୍ରୀମନ୍ଦିର ରାଣୀ, ମାର୍ଗଶିର ପରଶରେ...।।



Rate this content
Log in

Similar oriya poem from Classics