କୃଷ୍ମାଣ୍ଡା
କୃଷ୍ମାଣ୍ଡା


ନମସ୍ତେ ନମସ୍ତେ ଆଗୋ ମାତ ଗୋ କୃଷ୍ମାଣ୍ଡା
ଆଦି ମାତା ଭାବେ ଭବେ ଲଭୁ ତୁହି ପୂଜା ।
ନବ ରାତ୍ରୀ ର ଚତୁର୍ଥ ଦିନରେ ତୋହର
ପୂଜା ଆରାଧନା କରି ଥାନ୍ତି ନାରୀ ନର ।
ସୃଷ୍ଟି କର୍ତ୍ରୀ ତୁହି ମାଲୋ ପାର୍ବଣ ଉତ୍ସବ
ପାଳନ ସମୟେ ହୋଇ ଥାଉ ଆର୍ବିଭାବ ।
ସୂର୍ଯ୍ୟ ମଣ୍ଡଳ ମଧ୍ଯ ରେ ନିବାସ ତୋହର
କାନ୍ତି, ଦୀପ୍ତି , ସୁସୁସମା ବିଭା ମନୋହର ।
ଅଷ୍ଟ ହାତେ ଅଷ୍ଟ ଆୟୁଧ ତୁ ଧରି ଥାଉ
ଧନ୍ୟ ଲୋ କୃଷ୍ମାଣ୍ଡା କେଡ଼େ ମନଲୋଭା ଦିଶୁ ।
ବାଘ ପୃଷ୍ଠେ ବିଜେ କରି ଲୀଳା କରି ବହୁ
ଭକତ ବିଶ୍ୱାସେ ନାନା ଫଳ ଯାଚି ଦେଉ ।
କମଣ୍ଡଲୁ , ଧନୁର୍ବାଣ , ଅମୃତ କଳସ
ଚକ୍ର , ଗଦା ,ପଦ୍ମ , ଶୋଭା ପାଏ ତୋର ହାତ ।
ସିଦ୍ଧି ,ନିଧି ପ୍ରଦାୟକ ଜପାମାଲା କରେ
ଧରି ଉଭା ହେଉ ବସି ସିଂହ ର ପୃଷ୍ଠ ରେ ।
ଦୁଃଖ ଶୋକ ତାପ , ଖେଦ କୋହ ଭାର ହରୁ
ଭକ୍ତ ଜନେ ସଦା ତୁ ଅଭୟ ଦନ କରୁ ।
ନମସ୍ତେ ନମସ୍ତେ ମାତ ନମସ୍ତେ କୃଷ୍ମ।ଣ୍ଡା
ନବ ରାତ୍ରୀ ଅବସରେ ଲଭୁ ତୁହି ପୂଜା ।