ଭାବ ର ଡୋରି ସେ ରଥ ଦଉଡି଼
ଭାବ ର ଡୋରି ସେ ରଥ ଦଉଡି଼
ଭାବ ର ଡୋରି ସେ ରଥ ଦଉଡି଼
ଭାବ ର ଡୋରି ସେ ରଥ ଦଉଡି଼
ଟାଣି ଦେଲେ ରଥ ଚାଲଇ ଗଡି ।
ଭାବ ର ଡୋରି ସେ ରଥ ଦଉଡି଼
ଟାଣନ୍ତି ତାହାକୁ ଭକତେ ଭିଡ଼ି ।
ଭବ ସଙ୍କଟ କୁ ଦିଅଇ ତଡ଼ି
ଭାବେ ଭଜି ଯିଏ ଧରେ ଦଉଡି଼ ।
ଜଗା କାଳିଆ ଙ୍କ ରଥ ଯାତରା
ମଧ୍ୟେ ବିଜେ ଥାନ୍ତି ଦେବୀ ସୁଭଦ୍ରା ।
ହାତ ରେ ଧରି କି ରଥ ଦଉଡି଼
ଟାଣି ଟାଣି ନ୍ୟନ୍ତି ମାଉସୀ ବାଡ଼ି ।
ଭାବେ ଭଜି ଭକ୍ତ ମାନେ ଆନନ୍ଦେ
ଭକତ ବତ୍ସଳ ଭକତି ବୁଝେ ।
ଭକତି ଭାବ ରେ ତୋଷ ରସ ହୁଏ
ଭକ୍ତ ମାନ ଙ୍କ ର ଅଭିଷ୍ଟ ଦିଏ ।
ଭାବ ର ଠାକୁର ଜଗା କାଳିଆ
ଭାବ ରେ ବନ୍ଧା ଭାବ ବିନୋଦିଆ ।
ଭାବ ର ଡୋରି ତା ରଥ ଦଉଡି଼
ଭକତି ବିଶ୍ୱାସେ ଧରିଲେ ଭିଡ଼ି ।
ଭକତି ଭାବ ରେ ବନ୍ଧା ସେ ହୁଏ
ଭକ୍ତ ମନ ବାଞ୍ଛା ଅଚିରେ ଦିଏ ।
ଭକତି ଭାବ ରେ ମନ କୁ ଦୃଢ଼
କରି ବଡ ଦାଣ୍ଡ ଭକତ ଭିଡ ।
ଭାବ ର ଦଉଡି଼ ଧରିବା ପାଇଁ
ଦୂର ଦୁରାନ୍ତରୁ ଭକତେ ଧାଇଁ ।
ଆସି ଥାନ୍ତି ଏଇ ରଥ ଯାତ୍ରା କୁ
କାଳିଆ ଦର୍ଶନ ପାପ ତାପ କୁ ।
ଧ୍ଵଂସ କରି ଦେଇ ଦିଅଇ ପୁଣ୍ୟ
ଭକ୍ତି ଭାବେ ମନ ହୁଏ ନିମଗ୍ନ ।
ନାଗ ଆକୃତି ର ଏଇ ଦଉଡି଼
ଟାଣି ନେଲେ ଗଡେ ସେ ଘିଡି ଘିଡି ।
ସ୍ଵର୍ଣ୍ଣ ଚୂଡ ଶଙ୍ଖ ଚୂଡ ବାସୁକି
ତିନି ରଥେ ତିନି ନାଗ ଆକୃତି ।
ଭକତି ବିଭୋରେ ଧରି ଦଉଡି଼
ଟାଣୁ ଥାନ୍ତି ଭକ୍ତ ରଥ କୁ ବେଢ଼ି ।
ହରି ବୋଲ ହୁଳ ହୁଳି ନିନଦ
ସାଥେ ଶଙ୍ଖ ଘଣ୍ଟା ବାଦ୍ୟ ଶବଦ ।
ବଡ ଦାଣ୍ଡ ପଡୁ ଥାଏ ଉଚ୍ଛୁଳି
ଭାବ ରେ ବିଭୋର ଭକତ ମେଳି ।
କେତେ ଖୁସି ଲାଗେ ରଥ ଯାତରା
ଦେଖି ଧନ୍ୟ ହୁଏ ଜୀବନ ପରା ।
