Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Abstract Action Inspirational

4  

Prabhati Mahapatra

Abstract Action Inspirational

ଏଇ ମୋର ଲକ୍ଷ୍ୟ

ଏଇ ମୋର ଲକ୍ଷ୍ୟ

1 min
335



ଧରଣୀ ବୁକୁରେ ଜନମିଲି ଯେବେ

ମାନବ ଜୀବନ ପାଇ

ଦାୟିତ୍ବ ପୂର୍ବରୁ ଭୀରୁତା ସହିତ

ଦୂରେଇବି କାହିଁ ପାଇଁ ।

ଯେତେ ଆସୁ ଥାଉ ପ୍ରଭଞ୍ଜନ ଝଡ

ସମ୍ମୂଖେ ହୋଇବି ଛିଡ଼ା

ହେଉ ବନ୍ଧୁ କିବା ରକ୍ତ ସଂପର୍କୀୟ

ନଦେବି କେବେ ହେଁ ପୀଡ଼ା ।

ନିତି ଅନୀତିକୁ ବାଛି ନେଉଥିବି

ଆଖିରେ ଧରମ ରଖି

ମୋ ଜୀବନ ପଛେ ବଳି ପଡି ଯାଉ

ବଇରି ହୁଅନ୍ତୁ ସୁଖି ।

ବୃଦ୍ଧ ବୃଦ୍ଧା ପ୍ରତି ଅନ୍ତର ଭିତରୁ

ଝରାଇ ସହାନୁଭୂତି

ଦେଶର କଲ୍ୟାଣେ ଉତ୍ସର୍ଗୀତ ହେଉ

ମୋ ପ୍ରାଣ ପ୍ରଦୀପ ଜ୍ୟୋତି ।

ଜ୍ଞାନ ସମ୍ବନ୍ଧୀୟ ତଥ୍ୟ ସହଯୋଗ

କରୁ ଥିବ ମୋର ହାତ

ପୂର୍ଣ୍ଣ ସାକ୍ଷରତା ଉପଲବ୍ଧ କରୁ

ଧନ୍ୟ ହେଉ ମୋ ଭାରତ ।

ସବୁଜ ଲହରି ଖେତ ନାଚି ଉଠୁ

ଆଧୁନିକ କଳ ବଳେ

ବେକାରୀ ଶବଦ୍ଦ କାନରେ ନପଡୁ

ଲାଗି ଥିବି ଜାଗରଣେ ।

ଘରରୁ ସହର ସହରରୁ ଦେଶ

ସ୍ବଇଛାରେ ସେବା ଦେବି

ଜନ୍ମ ଭୂମି ମୋର ଦିଶୁ ମନୋହର

ନିତି ଦେଖେ ତା'ର ଛବି ।



Rate this content
Log in